ମହାରାଷ୍ଟ୍ରରେ ଛିଡୁନି ଅଙ୍କ ଜାରି ରହିଛି ହାଇଡ୍ରାମା , 50-50 ଫର୍ମୁଲାରେ ଅଡ଼ିବସିଛି ଶିବସେନା

Published By : Prameya-News7 Bureau | November 07, 2019 IST

ମୁମ୍ବଇ ୦୭।୧୧ -  ମହାରାଷ୍ଟ୍ର ଅଙ୍କ ଛିଡୁନି, ଜାରି ରହିଛି ହାଇଡ୍ରାମା । ଫଳ ବାହାରିବାର ୧୫ ଦିନ ପରେ ବି ମହାରାଷ୍ଟ୍ରରେ ସରକାର କିଏ ଗଢିବ, କିଏ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବ ତାକୁ ନେଇ  ଜାରି ରହିଛି ବିବାଦ ।

 ଆଜି ଶିବସେନା ମୁଖ୍ୟ ଶିବସେନାର ସମସ୍ତ ଏମ୍.ଏଲ୍.ଏ.ଙ୍କୁ ଧରି ବୈଠକ କରିଛନ୍ତି । ଆଉ ସମସ୍ତଙ୍କୁ ନିଜ ଘର ପାଖ ହୋଟେଲ୍ ରେ ଏକାଠି ରଖିଛନ୍ତି ।  ସେପେଟ ବିଜେପି ରାଜ୍ୟପାଳଙ୍କୁ ଭେଟିଥିଲେ ବି ସରକାର ଗଠନ ନେଇ ଦାବି ଜଣାଇନାହିଁ । ବରଂ ସରକାର ଗଠନରେ କାହିଁକି ଡେରି ହେଉଛି ତାହା ଜଣାଇଛି । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ବି ତେଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.