Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ; ନିର୍ଦ୍ଦେଶର ୨ ମିନିଟ୍ ଭିତରେ ଆକ୍ରମଣ ଲାଗି ପ୍ରସ୍ତୁତ ରହିବାକୁ ବାୟୁସେନାକୁ ଆଲର୍ଟ

27/02/2019 at 1:07 PM

ନୂଆଦିଲ୍ଲୀ ୨୭|୨: ଭାରତ-ପାକ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଏନଏସଏ ସାମିଲ ହୋଇଛନ୍ତି । ବୈଠକରେ ଗୁଇନ୍ଦା ବିଭାଗର ଅଧିକାରୀ ଉପସ୍ଥିତ ଅଛନ୍ତି । ବୈଠକରେ ଭାରତ-ପାକିସ୍ତାନ ସୀମା ସ୍ଥିତି ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଛି ।

ଭାରତୀୟ ବାୟୁସୀମାରେ ପାକିସ୍ତାନର ଅନୁପ୍ରବେଶ ପରେ ଭାରତୀୟ ବାୟୁସେନାକୁ ଆଲର୍ଟ କରାଯାଇଛି । ଯେକୌଣସି ପରିସ୍ଥିତି ପାଇଁ ସଜାଗ ରହିବାକୁ ବାୟୁସେନାର ପାଇଲଟ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨ମିନିଟ୍ ମଧ୍ୟରେ ଟେକ୍ ଅଫ୍ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଲଓସିରେ ସମସ୍ତ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ ଆଦିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଜାମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ସୀମା ଉଲଂଘନ କରି ପଶିଯାଇଥିଲା ପାକ୍ ବିମାନ । ଭାରତୀୟ ବାୟୁସେନାର ଜବାବୀ ହମଲା ପରେ ଫେରିଯାଇଥିଲା ପାକିସ୍ତାନୀ ବିମାନ । ତେବେ ଏଲଓସିରେ ଭାରତୀୟ ବାୟୁସୀମାରେ ମଧ୍ୟ ପାକିସ୍ତାନ ବମ୍ ପକାଇଥିବା ସୂଚନା ମିଳିଛି । ସେହିଭଳି ପାକିସ୍ତାନର ଅନୁପ୍ରବେଶର ଜବାବୀ ହମଲା କରିଛି ଭାରତୀୟ ବାୟୁସେନା । ପାକିସ୍ତାନୀ ସୀମାର ୩କିମି ଭିତରେ ପଶି ହମଲା କରିଛି ଭାରତୀୟ ବାୟସେନା । ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇଦେଇଛି ଭାରତୀୟ ବାୟୁସେନା ।

   Related Posts