ଫୋନି ପରେ ରଥଯାତ୍ରା ପରିଚାଳନା ପୋଲିସ ପାଇଁ ହେବ ବଡ ଚ୍ୟାଲେଞ୍ଜ : ଆର.ପି. ଶର୍ମା

Published By : Prameya-News7 Bureau | May 28, 2019 IST

ଭୁବନେଶ୍ବର ୨୮|୫: ବାତ୍ୟା ଫୋନିରେ ପୁରୀ ସର୍ବାଧିକ ପ୍ରଭାବିତ ହୋଇଥିବାରୁ ରଥଯାତ୍ରା ପରିଚାଳନା ପୋଲିସ ପାଇଁ ବଡ଼ ଆହ୍ୱାନ ହେବ । ଏପର୍ଯ୍ୟନ୍ତ ପୁରୀର ଅଧିକାଂଶ ଅଂଚଳ ବିଦ୍ୟୁତ୍ ସଂଯୋଗ ହୋଇପାରିନଥିବାବେଳେ ଅନେକ ଭିତ୍ତିଭୂମି ଭୁଶୁଡି ପଡିଛି । ତେଣୁ ଡ୍ୟୁଟିରେ ଯାଉଥିବା ପୋଲିସ ଅଧିକାରୀଙ୍କ ପାଇଁ ରହିବା ଓ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପୂରଣ କରିବା ମଧ୍ୟ ଚାଲେଞ୍ଜ ହେବାକୁ ଯାଉଛି ।

ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ମତ ରଖିଛନ୍ତି ପୋଲିସ ଡିଜି ଆର.ପି. ଶର୍ମା । ସେପଟେ ପୁରୀରେ ଆଇନ ଶୃଙ୍ଖଳା ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ, ସମୁଦ୍ର ତଟ ସୁରକ୍ଷା ପ୍ରମୁଖ ସମସ୍ୟା ହେବ । ବାତ୍ୟା ଫୋନି ପରେ ପୁରୀରେ ଲାଗିଥିବା ସିସିଟିଭି କ୍ୟାମେରା  କ୍ଷତିଗ୍ରସ୍ତ ହୋଇଥିବାରୁ  ବର୍ତ୍ତମାନ ରଥଯାତ୍ରା ପାଇଁ  ଅସ୍ଥାୟୀ ଭାବେ ସିସିଟିଭି ଲଗାଇବାକୁ ନିଷ୍ପତି ନିଆଯାଇଛି ।

କେନ୍ଦ୍ରୀୟ ବଳ ମୁତୟନ ନେଇ ଆଲୋଚନା ହୋଇଛି । ରଥଯାତ୍ରା ପାଇଁ ଅଧିକ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯିବ । ରଥ ଟଣା ସମୟରେ ଯେମିତି ସୁରୁଖୁରୁରେ ହେବ ସେଥିପାଇଁ ବିଭିନ ରୁଟ୍  ମ୍ୟାପ୍ ପ୍ରସ୍ତୁତି ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.