ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଏବେବି ଲାଗିରହିଛି ହାଇଡ୍ରାମା, ନା ସରୁଛି ସମୀକ୍ଷା ନା ହେଉଛି ଦଳର ପୁନର୍ଗଠନ

Published By : Prameya-News7 Bureau | June 30, 2019 IST

ଭୁବନେଶ୍ବର ୩୦|୬: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଏବେବି ଲାଗିରହିଛି ହାଇଡ୍ରାମା । ପରାଜୟର କାରଣ ଖୋଜିବାକୁ ଦିଆଯାଇଥିବା ୧ ମାସ କଣ୍ଟ  ଆଜି ପୁରିଲା ।  ହେଲେ ଏପର୍ଯ୍ୟନ୍ତ ହୋଇପାରିଲାନି ସମୀକ୍ଷା ।  ସେପଟେ ଖୋଦ ରାହୁଲ ମଧ୍ୟ ପଦ ଛାଡ଼ିବା ଜିଦ୍‌ରେ ଅଟଳ ।  ଆଉ ତାକୁ ନେଇ ଜାତୀୟ କଂଗ୍ରେସରେ ଛୁଟିଛି ଏବେ ଇସ୍ତାଫର ସୁଅ।

{"id":129168}

କଂଗ୍ରେସରେ ହଟଚମଟ । ମାସେ କଣ୍ଟ ପୂରିଲା କିନ୍ତୁ ପରାଜୟର କାରଣ ଖୋଜା ସମୀକ୍ଷା ସରିଲାନି।  ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟର କାରଣ ଖୋଜିବା ପାଇଁ ମେ ୩୦ ତାରିଖରେ ରାଜ୍ୟ କଂଗ୍ରେସ ଭବନରେ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମାସେ ଭିତରେ କାରଣ ଖୋଜିବା ଲାଗି ଦିଆଯାଇଥିଲା କଣ୍ଟ ।୨୧ ଜଣିଆ କମିଟିକୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ସ୍ଥିର ହୋଇଥିଲା ଯେ ୩୦ଟି ଜିଲ୍ଲାରେ ପରାଜୟର ସମୀକ୍ଷା ପାଇଁ ୬ଟି ସବ୍ କମିଟି ଗଠନ କରାଯିବ । ପ୍ରତି କମିଟିରେ ୫ ଜଣ ସଦସ୍ୟ ରହିବେ ଏବଂ ପ୍ରତି କମିଟିକୁ ୫ ଟି ଜିଲ୍ଲାର ଦାୟିତ୍ବ ଦିଆଯିବ।  ସମସ୍ତ କମିଟି ମାସେ ଭିତରେ ସେମାନଙ୍କ ତଦନ୍ତ ରିପୋର୍ଟ ଦେବେ । ତଦନ୍ତ ପାଇଁ ଦିଆଯାଇଥିବା ମାସେ କଣ୍ଟ ଆଜି ପୂରିଛି ହେଲେ ଏ ପର୍ଯ୍ୟନ୍ତ ତଦନ୍ତ କିନ୍ତୁ ସରିନି ।

{"id":129169}

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ବି ଜାତୀୟ କଂଗ୍ରେସରେ ସଙ୍କଟ ଲାଗିରହିଛି । ନିଜ ମୁଣ୍ଡକୁ ପରାଜୟର ଦୋଷ ନେଇ ସଭାପତି ପଦ ଛାଡିବାକୁ ଅଡି ବସିଛନ୍ତି ରାହୁଲ ଗାନ୍ଧି । ହେଲେ ତାଙ୍କୁ ମନାଇବା ପାଇଁ ଦଳର ବରିଷ୍ଠ ନେତା ଉଦ୍ୟମ ଜାରି ରଖିଛନ୍ତି।  ରାହୁଲଙ୍କୁ  ସମର୍ଥନ କରି ଗତ ୨ ଦିନ ମଧ୍ୟରେ ବହୁ ପୁରୁଖା ନେତା ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।  ଉତ୍ତର ପ୍ରଦେଶ କଂଗ୍ରେସ ର ୩୫ ଜଣ ସଦସ୍ୟ, ହରିୟାଣା, ମେଘାଳୟ, ଛତିଶଗଡ ଏବଂ ମଧ୍ୟପ୍ରଦେଶ  ବହୁନେତା ସେମାନଙ୍କ ପଦରୁ ଇସ୍ତଫା ଦେଇସାରିଛନ୍ତି।

{"id":129170}

୨୦୧୯ ନିର୍ବାଚନ ପରେ ସମଗ୍ର ଦେଶରେ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା କଂଗ୍ରେସରେ ଏବେ ଇସ୍ତଫାର ସୁଅ ମୋଦିଙ୍କ କଂଗ୍ରସ ମୁକ୍ତ ଭାରତ ଅଭିଯାନକୁ ଆହୁରି ବଳ ଯୋଗାଇବ ବୋଲି ଆଲୋଚନା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.