Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ରାସ୍ତା ମଝିରେ ହାଇଡ୍ରାମା: ‘ମୋତେ ମୋ ବ୍ଲେଡ୍‌ ଦିଅ, ମୁଁ ମୋ ହାତକୁ ଆହୁରି କାଟିବି

30/10/2020 at 10:57 AM

ଭଞ୍ଜନଗର୩୦/୧୦: ବ୍ଲେଡ୍‌ରେ ନିଜ ହାତ କାଟି ରାସ୍ତାରେ ଗଡ଼ିଲେ ଜଣେ ନାବାଳିକା । କିଏ କେତେ ପଚାରିଲେ ବି କିଛି କାରଣ କହିଲେନି । ନାବାଳିକାଙ୍କୁ ଘେରିଯାଇଥିଲେ ଉକ୍ତ ରାସ୍ତା ଦେଇ ଯାଉଥିବା ଯାତ୍ରୀମାନ । ମୋତେ ମୋ ବ୍ଲେଡ୍‌ ଦିଅ, ମୁଁ ମୋ ହାତକୁ ଆହୁରି କାଟିବି… ।

ନାବାଳିକା ଜଣକ ଏଭଳି ପାଟିକରି ଚିତ୍କାର କରିବାକୁ ଲାଗିଲେ । ଭଞ୍ଜନଗର ବସ୍‌ଷ୍ଟାଣ୍ଡ୍‌ ନିକଟ ହନୁମାନ ମନ୍ଦିର ଠାରେ ଏହାକୁ ଦେଖିବାକୁ ଧିରେ ଧିରେ ଲୋକଙ୍କ ଭିଡ଼ ବଢ଼ିବାକୁ ଲାଗିଲା । ଉଦୁ ଉଦିଆ ଖରାରେ ନାବାଳିକା ପିଚୁ ରାସ୍ତା ଉପରେ ଶୋଇ ଗଡ଼ିଲେ । କାହା କଥା ଶୁଣିଲେ ନାହିଁ । ପ୍ରାୟ ଦୁଇ ଘଣ୍ଟା ଧରି ଏଭଳି ହାଇଡ୍ରମା ଚାଲିଥିଲା । ଟ୍ରାଫିକ୍‌ ସମସ୍ୟା ଦେଖାଗଲା । ପୁଲିସ ଆସି ସଂପୃକ୍ତ ନାବାଳିକାକୁ ରାସ୍ତା ଉପରୁ ଉଠାଇ ଥାନାକୁ ନେଇ ପଚରାଉଚୁରା କରିଥିଲା । ତାର ପରିବାର ଲୋକଙ୍କୁ ଡାକି ନାବାଳିକାକୁ ହସ୍ତାନ୍ତର କରିଛି । ରାସ୍ତା ଉପରେ ଦୀର୍ଘ ୨ଘଣ୍ଟା ଧରି ଚାଲିଥିବା ଏହି ହାଇଡ୍ରାମାର ଶେଷରେ ଅନ୍ତ ଘଟିଛି ।

ହେଲେ ସେଠାରେ ଉପସ୍ଥିତ ଥିବା କିଛି ମହିଳା ନାବାଳିକାକୁ ଏଭଳି କରିବାର କାରଣ ସଂପର୍କରେ ଜାଣିବାକୁ ଚାହିଁବା ପରେ ନାବାଳିକା ଜଣକ ଅତି ସନ୍ତର୍ପଣରେ ସେ ଭୁବନେଶ୍ୱରର ଏକ ହୋଟେଲରେ କାମ କରୁଥିଲି ବୋଲି କହିଥିଲେ। ହେଲେ ସେହି ହୋଟେଲରେ କାମ କରୁଥିବା ଆଉ ଜଣେ ଯୁବକ ସହ ମିଶି ସେ ରାତିରେ ଭଞ୍ଜନଗର ଚାଲିଆସିଥିଲେ। ଭୋରରୁ ଉଭୟେ ଏଠାରେ ପହଞ୍ଚିବାପରେ ଯୁବକ ଜଣକ ତାକୁ ଛାଡିଦେଇ କେଉଁଆଡେ ଚାଲିଗଲା । ସେ ଅସହାୟ ଅନୁଭବ କରି ସଂପୃକ୍ତ ଯୁବକଙ୍କୁ ପାଇବା ଆଶାରେ ଏଭଳି ହାତ କାଟି ରାସ୍ତାକଡରେ ଶୋଇଯାଇଥିବା ନାବାଳିକା ଜଣକ କହିଥିଲେ।

ଅନ୍ୟପକ୍ଷରେ ପୁଲିସ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିନେବାପରେ ସଂପୃକ୍ତ ନାବାଳିକାଙ୍କ ଘର ଚକାପାଦରେ ବୋଲି ଜାଣିବାକୁ ପାଇଥିଲେ । ପରେ ତାଠାରୁ ଘରର ଠିକଣା ଜାଣିବାପରେ ସଂପୃକ୍ତ ନାବାଳିକାଙ୍କ ପରିବାର ସହ ଯୋଗାଯୋଗ କରି ଶେଷରେ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

   Related Posts