Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ରୋଗଗ୍ରସ୍ତ ମହିଳାଙ୍କୁ ନେଇ କୋର୍ଟଙ୍କ ରାୟ, କହିଲେ- ଶାରୀରିକ ସମ୍ପର୍କ ରଖିପାରିବେ, ବିବାହ କରିପାରିବେ ନାହିଁ

23/01/2021 at 5:21 PM

ଲଣ୍ଡନ ୨୩/୦୧: ରୋଗଗ୍ରସ୍ତ ମହିଳାଙ୍କୁ ନେଇ କୋର୍ଟଙ୍କ ଐତିହାସିକ ରାୟ। ‘ଡିମେନସିଆ’ରେ ପୀଡ଼ିତ ଜଣେ ମହିଳାଙ୍କ ଉପରେ କୋର୍ଟ ରାୟ ଶୁଣାଇଛି। ମହିଳା ଜଣଙ୍କ ଶାରୀରିକ ସମ୍ପର୍କ ରଖିପାରିବେ କିନ୍ତୁ ବାହା ହେବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟର ଜଜ୍‌ କହିଛନ୍ତି । ‘ଡିମେନ୍‌ସିଆ’ରେ ପୀଡ଼ିତ ହେଲେ ବ୍ୟକ୍ତିଙ୍କ ସ୍ମରଣ ଶକ୍ତି ହ୍ରାସ ପାଇବା ହେତୁ ସେ କୌଣସି ନିଷ୍ପତ୍ତି ନେବାରେ ଅକ୍ଷମତା ପ୍ରକାଶ କରନ୍ତି।

ଲଣ୍ଡନର ଏକ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଯେଉଁ ମହିଳାଙ୍କୁ ନେଇ ଏହି ରାୟ ପ୍ରକାଶ ପାଇଛି ତାଙ୍କ ବୟସ ୬୯ ବର୍ଷ ହୋଇଥିବା ବେଳେ ସେ କେୟାର ହୋମରେ ରହୁଛନ୍ତି । ସେଠାରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ସମ୍ପର୍କ ରହିଥିବା ଜଣାପଡ଼ିଛି। ବ୍ରିଟିଶ୍‌ ଟେଲିଗ୍ରାଫର ଏକ ରିପୋର୍ଟ ଅନୁସାରେ, ଲଣ୍ଡନ ହାଇକୋର୍ଟର ଜଜ୍‌ କହିଛନ୍ତି ବିବାହକୁ ନେଇ ନିଷ୍ପତ୍ତି ନେବାର ମହିଳାଙ୍କ ମାନସିକ କ୍ଷମତା ନାହିଁ। ତେବେ ସେ ଶାରୀରିକ ସମ୍ପର୍କ ପାଇଁ ନିଷ୍ପତ୍ତି ନେଇପାରିବେ ବୋଲି ଜଜ୍‌ କହିଛନ୍ତି।

ମାମଲାରେ ବିଚାର ଚାଲିଥିବା ବେଳେ ମହିଳା ତାଙ୍କର ପ୍ରିୟଜନଙ୍କଠୁ ଅଲଗା ରହିଥିବାରୁ ଜଜ୍‌ ଦୁଃଖପ୍ରକାଶ କରିଛନ୍ତ। ଏହା ସହ ସମ୍ପତି, ମକୋଦ୍ଦମା, ବିବାହକୁ ନେଇ ନିଷ୍ପତ୍ତି ନେବାର କ୍ଷମତା ମହିଳାଙ୍କ ପାଖରେ ନାହିଁ। ଏପରିକି ଛାଡ଼ପତ୍ର ପରେ ସମ୍ପତ୍ତିର କଣ ହେବ ସେନେଇ ମହିଳା କିଛି କହିପାରୁ ନାହାନ୍ତି। ତେଣୁ ତାଙ୍କୁ ବିବାହ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଜଜ୍‌ କହିଛନ୍ତି।

   Related Posts