ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଛି

Published By : Prameya-News7 Bureau | July 30, 2018 IST

ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଛି । ଜୟ ବିଜୟ ଦ୍ବାର ମରାମତି କାମ ସରିଛି । ଏ ନେଇ ଆଜି କୋର୍ଟଙ୍କୁ ଅବଗତ କରିଛି ଏଏସ୍ଆଇ । ନାଟ ମଣ୍ଡପର ମରାମତି ଆବଶ୍ୟକତା ରହିଛି । ନାଟମଣ୍ଡପର ଡିଜାଇନ ତିଆରି ଚାଲିଛି । ଆଉ କିଛି ମରାମତି କାମ ରଥଯାତ୍ରା ପାଇଁ ଅଟକି ରହିଛି । ଖୁବଶୀଘ୍ର ସେସବୁର ମରାମତି କରାଯିବ । ଗୁଣ୍ଡିଚା ମନ୍ଦିର ଓ ମାଉସୀ ମା ମନ୍ଦିର ମରାମତି ଆବଶ୍ୟକ ରହିଛି । ତାକୁ ମନ୍ଦିର ପ୍ରଶାସନ କରି ପାରିବ ବୋଲି ସତ୍ୟାପାଠରେ ଉଲ୍ଲେଖ କରିଛି ଏଏସ୍ଆଇ । ଆସନ୍ତା ଅଗଷ୍ଟ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.