Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ହାଇକୋର୍ଟ ଦେଲେ ବଡ ରାୟ, ଚାକିରି ଚାଲିଗଲେ ମଧ୍ୟ ସ୍ତ୍ରୀର ଭରଣପୋଷଣ ରାଶି ଦେବାକୁ ସ୍ବାମୀ ବାଧ୍ୟ

1/08/2019 at 2:34 PM

ଚଣ୍ଡିଗଡ ୧|୮: ସ୍ବାମୀ ଓ ସ୍ତ୍ରୀଙ୍କ ଆଇନଗତ ବିବାହ ବିଚ୍ଛେଦ ହୋଇଥିଲେ  ସ୍ବାମୀଙ୍କ ଚାକିରୀ ଚାଲିଯାଇଥିଲେ ମଧ୍ୟ ସେ ସ୍ତ୍ରୀଙ୍କୁ ନିର୍ଦ୍ଧାରିତ ଭରଣ ପୋଷଣ ରାଶି ଦେବାକୁ ବାଧ୍ୟ ବୋଲି ଅଦାଲତ ରାୟ ଦେଇଛନ୍ତି । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭରଣ ପୋଷଣକୁ ନେଇ ଉପୁଜିଥିବା ବିବାଦ ସମ୍ପର୍କିତ ଏକ ମାମଲାର ଶୁଣାଣୀ କରି ପଞ୍ଜାବ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ସ୍ବାମୀ ଓ ସ୍ତ୍ରୀ ଯଦି ପରସ୍ପରଠାରୁ ଆଇନଗତଭାବେ   ଅଲଗା  ହୋଇଥାଆନ୍ତି ଓ ସ୍ବାମୀହ୍କ ଉପରେ ଭରଣ ପୋଷଣ ରାଶି ନିର୍ଦ୍ଧାରଣ ହୋଇଥାଏ ତାହେଲେ  ସ୍ବାମୀଙ୍କ ଚାକିର ଚାଲିଗଲା ପରେ ବି ସ୍ତ୍ରୀଙ୍କ ଭରଣପୋଷଣ ରାସି ସ୍ବାମୀ ଦେବାକୁ ବାଧ୍ୟ।

ସୂଚନାଯୋଗ୍ୟ ଯେ, ଜଣେ ବ୍ୟକ୍ତି ପାରିବାରିକ କଳହରୁ ନିଜ ସ୍ତ୍ରୀଠାରୁ ଆଇନଗତଭାବେ ଅଲଗା ରହୁଥିଲେ। କୋର୍ଟଙ୍କ ଆଦେଶ ଅନୁଯାୟୀ, ଭରଣପୋଷଣ ବାବଦକୁ ପ୍ରତି ମାସ ୬୦୦୦ ହଜାର ଟଙ୍କା ତାଙ୍କ ପତ୍ନୀକୁ ଦେଉଥିଲେ। ତେବେ ବ୍ୟକ୍ତିଙ୍କ ଚାକିରି ଚାଲିଯିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ୬୦୦୦ ହଜାର ଟଙ୍କା ଦେବାକୁ ଅମସର୍ଥ ହୋଇଥିଲେ।  ତେଣୁ ଏହି ବ୍ୟକ୍ତି ନିଜର ଅକ୍ଷମତା ଦର୍ଶାଇ କୋର୍ଟରେ ଭରଣପୋଷଣ ରାଶି କୋହଳ କରିବା ପାଇଁ ଆବେଦନ କରିଥିଲେ।  ମହିଳାଙ୍କ ଉପରେ ଘରୋଇ ହିଂସା ନିରୋଧ ଆଇନ ୨୦୦୫ର ୧୮ ଧାରା ଆଧାରରେ ଏହି ବ୍ୟକ୍ତି ହାଇକୋର୍ଟରେ ଆବେଦନ କରିଥିଲେ।  

ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବାପରେ ସଂପୃକ୍ତ ଆବେଦନକାରୀଙ୍କ  ସ୍ତ୍ରୀ କୋର୍ଟରେ ନିଜର ପକ୍ଷରଖିଥିଲେ। ମହିଳା କହିଥିଲେ ଯେ, ସ୍ବାମୀ ଚଳିବା ବାବଦକୁ ଦେଉଥିବା ଟଙ୍କା ତାଙ୍କ ଘର ଭଡ଼ାରେ ଚାଲିଯାଉଛି। ଏତେ କମ୍ ଟଙ୍କାରେ ଘର ଚଳାଇବା ଓ ଗୋଟେ ଝିଅକୁ ପାଠ ପଢ଼ାଇବା ଅସମ୍ଭବ ବୋଲି ସ୍ତ୍ରୀ କହିଥିଲେ। ବ୍ୟକ୍ତି ଜଣକ ପକ୍ଷ ରଖି କହିଥିଲେ, ତାଙ୍କ ଚାକିରି ଚାଲିଯାଇଛି ସେ ୬୦୦୦ ହଜାର ଟଙ୍କା ଦେବା ପାଇଁ ମଧ୍ୟ ଅସମର୍ଥ।

ଉଭୟ ପକ୍ଷଙ୍କୁ ଶୁଣିବା ପରେ ପଞ୍ଜାବ ହାଇକୋର୍ଟ ରାୟ ଶୁଣାଇ ଥିଲେ । କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଜଣେ ଘରଭଡ଼ା ନେଇ ବାହାରେ ଚଳିବା ବହୁତ ବହୁତ କଷ୍ଟ। ଏଥିସହ ପାଖରେ ପୁଣି ଜଣେ ପାଠ ପଢ଼ୁଆ ଝିଅ ଅଛି। ତେଣୁ ଚାକିରି ଚାଲିଗଲେ ବି ଦିନକୁ ୨୦୦ ଶହ ଟଙ୍କା ହିସାବରେ ପ୍ରତିମାସ ୬୦୦୦ ଟଙ୍କା ଦେବାକୁ ବାଧ୍ୟ ।

   Related Posts