ପୁରୀ ବେଳାଭୂମି ଅଞ୍ଚଳରେ ବେଆଇନ୍ ନିର୍ମାଣ, ପ୍ରଦୂଷଣ ଓ ଜମି ଜବରଦଖଲ -ଖୁବ୍ ଶୀଘ୍ର ପଦକ୍ଷେପ ନେବ ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | December 12, 2019 IST

ପୁରୀ ୧୨।୧୨ - ପୁରୀ ବେଳାଭୂମି ଅଞ୍ଚଳରେ ବେଆଇନ୍ ନିର୍ମାଣ, ଉପକୂଳ ଅଞ୍ଚଳରେ ପ୍ରଦୂଷଣ ଓ ଜମି ଜବରଦଖଲ ନେଇ ଖୁବ୍ ଶୀଘ୍ର ପଦକ୍ଷେପ ନେବ ଜିଲ୍ଲା ପ୍ରଶାସନ । ପୂର୍ବରୁ ଏନେଇ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ  ଶ୍ରୀମନ୍ଦିର ଚାରିପାଖ ଏବଂ ସ୍ବର୍ଗଦ୍ବାରରେ ଉଚ୍ଛେଦ କାର୍ଯ୍ୟ ପରେ ପୁରୀ ବେଳାଭୂମି ଅଂଚଳରେ ବେଆଇନ୍ ନିର୍ମାଣ, ଉପକୂଳ ଅଂଚଳରେ ପ୍ରଦୂଷଣ ଓ ଜମି ଜବରଦଖଲ  ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଜିଲ୍ଲାପ୍ରଶାସନ ।

{"id":196814,"sizeSlug":"large"}

ବେଳାଭୂମି ଅଂଚଳରେ ସିଆରଜେଡ୍-୨ ଆଇନର ଉଲଂଘନ ଅଭିଯୋଗ ପରେ ଏହାର ତଦନ୍ତ ପାଇଁ ସୁବୀର ପାଲିତ କମିଶନ ନିଯୁକ୍ତ କରିଥିଲେ ହାଇକୋର୍ଟ । ୨୦୦୬ ମସିହାରେ ଏହି କମିଶନ ତାଙ୍କର ରିପୋର୍ଟ  ପ୍ରଦାନ କରିବା ପରେ ଜୋର୍ ଧରିଥିଲା ମାମଲା । ପୂର୍ବରୁ ଏହି ଅଂଚଳରେ ୩୧୯ ବେଆଇନ୍ ନିର୍ମାଣ ନେଇ ରିପୋର୍ଟ ଦେଇଥିଲା ପିକେଡିଏ । ତେବେ ଏହି ମାମଲାର ବିଚାର କରି ହାଇକୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

{"id":196816,"sizeSlug":"large"}

୧୯୯୬ ମସିହାରେ ଏନେଇ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ବେଳେ ଦୀର୍ଘ ୨୩ବର୍ଷ ପରେ ଆସିଥିଲା ରାୟ । ହାଇକୋର୍ଟଙ୍କ ରାୟ ଅନୁସାରେ ସମୁଦ୍ରକୂଳ ଅଂଚଳରେ ବେଆଇନ୍ ନିର୍ମାଣ ଉପରେ ତ୍ବରିତ ପଦକ୍ଷେପ ନେବ ପୁରୀ ଜିଲ୍ଲା ପଶାସନ । ଏହି ଅଂଚଳରେ ନିର୍ମାଣ ହୋଇଥିବା ହୋଟେଲ, ଲଜିଂ ଗୁଡ଼ିକ ବେଳାଭୂମିକୁ ପ୍ରଦୂଷିତ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ। ସେହିଭଳି ସିପସରୁବାଲି ଅଂଚଳରେ ୨୮୨୩ ସରକାରୀ ଜମିକୁ ହଡ଼ପ କରାଯାଇଥିବା ଅଭିଯୋଗ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ ।

{"id":196817,"sizeSlug":"large"}

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ସିଆରଜେଡ଼୍ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଶ୍ଚିତ ହୋଇଛି। ଜିଲ୍ଲାପ୍ରଶାସନ ଓ ପିକେଡ଼ିଏ ଆଗାମୀ ଦିନରେ ଏନେଇ ବଡ଼ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.