ଘରୋଇ ସ୍କୁଲ ଫି’ ହ୍ରାସ ମାମଲା : ଘୁଞ୍ଚିଲା ଶୁଣାଣି, ଆସନ୍ତା ୧୦ରେ ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | December 07, 2020 IST

କଟକ ୭।୧୨: ଘରୋଇ ସ୍କୁଲ ଫି’ ହ୍ରାସ ସମ୍ପର୍କିତ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଫି’ ନିୟନ୍ତ୍ରଣ କରିବାର କ୍ଷମତା ସରକାରଙ୍କର ନାହିଁ ବୋଲି ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ।

ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡିକ କେତେ ମାତ୍ରାରେ ଫି’ ଆଦାୟ କରିପାରିବେ, ସେସବୁକୁ ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ । ଗତ ୨ ତାରିଖରେ ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଥିଲେ ସରକାର । ତେବେ ଆଇନ କାହିଁକି ନାହିଁ, ସେନେଇ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟ ପ୍ରଶ୍ନ କରିଥିଲେ ।

ସୋମବାର ମାମଲାର ପୁନଃ ଶୁଣାଣି କରିବା ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଥିଲେ । ସ୍କୁଲ ଫି’ ହ୍ରାସ କରିବା ନେଇ ହାଇକୋର୍ଟରେ ଯେଉଁ ମାମଲାର ଶୁଣାଣି ଚାଲିଛି, ତା ଉପରେ ରାଜ୍ୟ ସରକାରଙ୍କଠୁ ସ୍ପଷ୍ଟୀକରଣ ଲୋଡିଥିଲେ ହାଇକୋର୍ଟ । ତେବେ ସରକାର ସେନେଇ ତଥ୍ୟ ଦେବା ପରେ, ଆବେଦନକାରୀ ଏହା ଉପରେ ପ୍ରତି ଜବାବ ଦାଖଲ କରିବେ ବୋଲି କହିଥିଲେ ଆବେଦନକାରୀଙ୍କ ଓକିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.