ତ୍ରିପୁରା ହିଂସା ଉପରେ ନିଜ ଆଡୁ ହସ୍ତକ୍ଷେପ କଲେ ହାଇକୋର୍ଟ, ସତ୍ୟପାଠ ଦାଖଲ କରିବାକୁ ବିପ୍ଳବ ସରକାରଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | October 30, 2021 IST

ଅଗରତାଲା ୩୦।୧୦: ତ୍ରିପୁରା ହାଇକୋର୍ଟ ପାନିସାଗରରେ ଘଟିଥିବା ହିଂସା ଓ ଭଙ୍ଗାରୁଜା ଘଟଣାରେ ରାଜ୍ୟ ସରକାରଙ୍କୁ ନଭେମ୍ବର ୧୦ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ସତ୍ୟପାଠରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଞ୍ଚଳରେ ଶାନ୍ତିଶୃଙ୍ଖଳା କାଏମ ରଖିବା ଦିଗରେ କଣ କଣ ପଦକ୍ଷେପ ନିଆଯାଇଛି ଏବଂ ତଦନ୍ତର ବାଟ କେତେ ଦୂର ଯାଇଛି ତାର ସୂଚନା ଦେବାକୁ କୁହାଯାଇଛି।

ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଓ ବିଚାରପତି ଶୁଭାଶିଷ ତଲପାତ୍ରଙ୍କ ଖଣ୍ଡପୀଠ ଗଣମାଧ୍ୟମ ରିପୋର୍ଟ ଆଧାରରେ ଅକ୍ଟୋବର ୨୬ରେ ଉନାକୋଟି ଓ ସିପହିଜଲା ଜିଲ୍ଲାରେ ଘଟିଥିବା  ହିଂସାଲାଣ୍ଡରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି।

କଣ ପାଇଁ ହେଲା ହିଂସାକାଣ୍ଡ

ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି) ଅକ୍ଟୋବର ୨୬ରେ ବାଂଲାଦେଶରେ ଦୁର୍ଗା ପୂଜା ପଣ୍ଡାଲ ଏବଂ ମନ୍ଦିରରେ ଭଙ୍ଗାରୁଜା ଘଟଣାର ପ୍ରତିବାଦରେ ପାନିସାଗର ଅଞ୍ଚଳରେ ରାଲି ବାହାର କରିଥିଲେ। ଏହି ସମୟରେ କିଛି ଅସାମାଜିକ ଲୋକ କିଛି ମୁସଲିମ ବ୍ୟବସାୟୀଙ୍କ ଘର ଏବଂ ଦୋକାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ମସଜିଦରେ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏପରିକି ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

{"id":535979,"sizeSlug":"full","linkDestination":"none"}

ହାଇକୋର୍ଟରେ ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ(ଏଜି) କୋର୍ଟରେ ଜଣାଇଛନ୍ତି ଯେ, ରାଲି ପାଇଁ ପୋଲିସ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରିଥିଲା। କୋର୍ଟ ଏହାର ପ୍ରଶଂସା କରି ସରକାରଙ୍କୁ ଆହୁରି ପଦକ୍ଷେପ ନେବାକୁ କହିଥିଲେ। ଉଚ୍ଚ ନ୍ୟାୟାଳୟ ଜିଲ୍ଲା ଏବଂ ବ୍ଲକସ୍ତରରେ ଆବଶ୍ୟକ ପଡିଲେ ଶାନ୍ତି କମିଟି ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସମସ୍ତ ରାଜନୈତିକ ଦଳଗୁଡିକୁ ଶାନ୍ତି ପ୍ରକ୍ରିୟାରେ ସାମିଲ ହେବାକୁ ଅପିଲ୍ କରାଯାଇଛି।

କୋର୍ଟରେ ନିଜର ସତ୍ୟପାଠ ଦାଖଲ ବେଳେ ଏଜି କହିଛନ୍ତି, ମାହୋଲ ବିଗାଡିବା ପାଇଁ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରାଯାଉଛି। ଏହା ଉପରେ ରୋକ୍ ଲଗାଇବା ଏବଂ ଶାନ୍ତି ବ୍ୟବସ୍ଥା କାଏମ ରଖିବା ପାଇଁ ଅନେକ ସ୍ଥାନରେ ଶାନ୍ତି କମିଟି ବୈଠକ କରାଯାଇଛି। ଏହା ସହିତ ଧାର୍ମିକ ସ୍ଥଳଗୁଡିକରେ ଅତିରିକ୍ତ ପୋଲିସ ବଳ ମୁତୟନ  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.