ବଗଲା ଧର୍ମଶାଳା ଜମି ବିବାଦ ମାମଲା : ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

Published By : Prameya-News7 Bureau | October 15, 2020 IST

କଟକ ୧୫।୧୦: ବଗଲା ଧର୍ମଶାଳା ଜମି ବିବାଦକୁ ଭିତ୍ତି କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର ତରଫରୁ ଦାଏର ମାମଲା ଉପରେ ଗୁରୁବାର ପ୍ରାରମ୍ଭିକ ଶୁଣାଣି କରିଛନ୍ତି ହାଇକୋର୍ଟ । ଗୁରୁବାର ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ନଭେମ୍ବର ୨ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ବଗଲା ଧର୍ମଶାଳାର ମାଲିକାନାସତ୍ଵ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ।

ସେହିପରି ବଗଲା ଧର୍ମଶାଳାର ମୋଟ ଭୁସମ୍ପତିରୁ ଅନେକ ଜମିକୁ ଜାଲିଆତି କରି ହଡ଼ପ କରାଯାଇଛି ବୋଲି ଦାଏର ପିଟିସନରେ ଉଲ୍ଲେଖ କରାଯାଇଛି । ଏସମସ୍ତ ଘୋଟାଲାର ଉପଯୁକ୍ତ ତଦନ୍ତ ପାଇଁ ଆବେଦନ କରି ସମ୍ବିତ ପାତ୍ର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଅବଶ୍ୟ ସମାନ ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ହାଇକୋର୍ଟରେ ମାମଲା ଦାଏର ହୋଇସାରିଛି । ଆସନ୍ତା ୨ ତାରିଖରେ ସମସ୍ତ ମାମଲାର ଏକତ୍ର ଶୁଣାଣି କରିବାକୁ କୋର୍ଟ ନିଷ୍ପତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.