କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ

Published By : Prameya-News7 Bureau | September 23, 2021 IST

କଳାହାଣ୍ଡି ୨୩।୯: କଳାହାଣ୍ଡି କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ । ମାଇଥ୍ରି ଇନଫ୍ରାଷ୍ଟ୍ରକଚର ଓ ମାଇନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ  ବକ୍ସାଇଟ୍ ଖଣି ନିଲାମ ପ୍ରକ୍ରିୟାରେ ସର୍ଭର ସମସ୍ୟା ଯୋଗୁଁ ବିଡିଂ ପ୍ରକ୍ରିୟାରେ ଭାଗ ନେଇ ପାରି ନଥିବା ଅଭିଯୋଗ ହୋଇଥିଲା । ହେଲେ ରାଜ୍ୟ ସରକାର ଟେଣ୍ଡର ପରିଚାଳନା ଦାୟିତ୍ଵ ଦେଇଥିବା ସଂସ୍ଥା ଏମଏସଟିସି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ସଂସ୍ଥାର ଅଭିଯୋଗକୁ ଗ୍ରହଣ ନ କରିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।  ପୂର୍ବରୁ କର୍ଲାପାଟ ପାହାଡରୁ ବକ୍ସାଇଟ୍ ଖଣି ଖନନକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.