ଅଟକିଗଲା ବାଲିଗୁଡ଼ା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା

Published By : Prameya-News7 Bureau | November 16, 2019 IST

କନ୍ଧମାଳ ୧୬।୧୧ : ଅଟକିଗଲା ବାଲିଗୁଡ଼ା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା । ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ଏନଏସି ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷାଙ୍କୁ  ମିଳିଲା ଆଶ୍ୱସ୍ତି । ସବୁ ପ୍ରସ୍ତୁତି ସତ୍ତ୍ୱେ ଶେଷ ମୂହୁର୍ତ୍ତରେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟଗ୍ରହଣ ହୋଇପାରିନାହିଁ  ।

{"id":185251,"sizeSlug":"large"}

ସୂଚନାଯୋଗ୍ୟ ଯେ , ଏନଏସିର ୭ ଜଣ କାଉନସିଲର ତାଙ୍କ ଦଳର ଏନଏସି ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷାଙ୍କ ବିରୋଧରେ ଦୁର୍ନୀତି, ଅନିୟମିତତା , ପ୍ରିୟାପ୍ରିତୀ ପୋଷଣ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଅନାସ୍ଥା ନୋଟିସ ଦେଇଥିଲେ । ଏହି ଅଭିଯୋଗ ଆଧାରରେ ତଦନ୍ତ ଲାଗି ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅକ୍ଟୋବର ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଶନିବାର ଦିନକୁ ଅନାସ୍ଥା ପ୍ରାସ୍ତାବ ଉପରେ ଭୋଟ ଲାଗି ଧାର୍ଯ୍ୟ କରିଥିଲେ ଜିଲ୍ଲାପାଳ । ଏହି ଆଧାରରେ ଭୋଟ ବାକ୍ସପ୍ରସ୍ତୁତ ହୋଇଥିଲା । କାଉନସିଲରମାନେ ମଧ୍ୟ ଉପସ୍ଥିତ ଥିଲେ, ତେବେ ଏହି ଅନାସ୍ଥା ବିରୋଧରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ନିର୍ଦ୍ଦେଶ ଆଣି  ପହଞ୍ଚିଥିଲେ ଏନଏସି ଅଧ୍ୟକ୍ଷା । ଅନାସ୍ଥା ଭୋଟ ଉପରେ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ ।ଫଳରେ ଆନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିବା  କହିଛନ୍ତି ଉପଜିଲ୍ଲାପାଳ । ସେପଟେ ଅନାସ୍ଥା ଆଗତ କରିଥିବା କାଉନସିଲର ମାନେ  ଅଦାଲତଙ୍କ ରାୟକୁ ସମ୍ମାନ ଜଣାଉଥିବା ପ୍ରକାଶ କରିବା ସହ ଆଗାମି ରଣନୀତି ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.