ସରକାରୀ ବଙ୍ଗଳା ଖାଲି କରିନାହାନ୍ତି ବସୁନ୍ଧରା ରାଜେ ; ମୁଖ୍ୟ ସଚିବଙ୍କୁ ଅବମାନନା ନୋଟିସ୍ ଜାରି କଲେ କୋର୍ଟ

Published By : Prameya-News7 Bureau | July 20, 2020 IST

ଜୟପୁର ୨୦/୦୭ : ରାଜସ୍ଥାନ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ଆଦେଶ ଦେଇଥିଲେ | ବସୁନ୍ଧରା ରାଜେ ଏପର୍ଯ୍ୟନ୍ତ ବଙ୍ଗଳା ଖାଲି କରିନାହାନ୍ତି | ବର୍ତ୍ତମାନ ହାଇକୋର୍ଟ ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | କୋର୍ଟ ବସୁନ୍ଧରା ରାଜେଙ୍କୁ ବଙ୍ଗଳା ଖାଲି କରିବା ମାମଲାରେ ରାଜସ୍ଥାନର ମୁଖ୍ୟ ସଚିବ ରାଜୀବ ସ୍ୱରୂପଙ୍କୁ ବିରୋଧରେ କୋର୍ଟଙ୍କ ଅବମାନନା ନୋଟିସ ଜାରି କରିଛନ୍ତି | ଏହି ମାମଲାରେ ଆଗାମୀ ଶୁଣାଣି ସେପ୍ଟେମ୍ବର ୧୦ ତାରିଖରେ ହେବ | 

ରାଜସ୍ଥା ହାଇକୋର୍ଟରେ ଏହି ମାମଲାରେ ଆଇନଜୀବୀ ବିମଲ ଚୌଧୁରୀ କହିଛନ୍ତି ଯେ ବଙ୍ଗଳା ଖାଲି କରିବା ମାମଲାରେ ବସୁନ୍ଧରା ରାଜେଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ନୋଟିସ ଦିଆଯାଇନାହିଁ | ସେ କହିଛନ୍ତି ଯେ ବିଧାୟକ ଭାବେ ବଙ୍ଗଳା ଆଲର୍ଟ କରାଯାଇପାରିବ କିନ୍ତୁ ସେଥିପାଇଁ ମଧ୍ୟ ଅର୍ଡର ପାସ କରିବାକୁ ହେବ | ଅଶୋକ ଗେହଲତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରେ ୨-୩ ଦିନ ପରେ ନିଜ ଲେଭଲରେ ବଙ୍ଗଳା ଆଲର୍ଟ କରିଥିଲେ | ଓକିଲ ବିମଲ ଚୌଧୁରୀ କହିଛନ୍ତି ଯେ ବସୁନ୍ଧରା ରାଜେଙ୍କୁ ଏବେ ସୁଦ୍ଧା ଯେଉଁସବୁ ସୁବିଧା ଦିଆଯାଇଛି ସରକାରଙ୍କୁ ସେ ଟଙ୍କା ଫେରସ୍ତ ନେବା ଉଚିତ | 

ରାଜସ୍ଥାନରେ ରାଜନୈତିକ ସଙ୍କଟ ଆରମ୍ଭ ହେବାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବଙ୍ଗଳା ଆଲର୍ଟମେଣ୍ଟ ଓ ସେ ଚୁପ ଥିବା ନେଇ ଚର୍ଚ୍ଚା ହୋଇଥିଲା | ସଚିନ ପାଇଲଟ ଓ ଅଶୋକ ଗେହଲତ ବିବାଦ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନେକ ଦିନ ପରେ ମୁହଁ ଖୋଲିଛନ୍ତି ଯାହାକୁ ନେଇ ତାଙ୍କର ଓ ଗେହଲତଙ୍କ ମଧ୍ୟରେ ନିକଟରର ସମ୍ପର୍କକୁ ନେଇ ଚର୍ଚ୍ଚା ହେଇଛି |

ସୂଚନାଯୋଗ୍ୟ ଯେ, ସରକାରୀ ବଙ୍ଗଳା ଖାଲି କରିବାକୁ ହାଇକୋର୍ଟ ବସୁନ୍ଧରା ରାଜେଙ୍କୁ ଆଦେଶ ଦେଇଥିଲେ | କିନ୍ତୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ରାଜେଙ୍କ ବଙ୍ଗଳା ଖାଲି କରାଇନଥିଲେ କି ନୋଟିସ ମଧ୍ୟ ଦେଇନଥିଲେ | ଅପରପକ୍ଷରେ କିରୋଡ଼ିଲାଲ ମିଣା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଠାରୁ କୋର୍ଟ ଆଦେଶ ପାଳନ କରି ବଙ୍ଗଳା ଖାଲି କରାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.