Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ପ୍ରକାଶ, ବାଲୁ ବଜାର ପୂଜା କମିଟିର ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

17/09/2021 at 2:16 PM

କଟକ ୧୭।୯: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ବାଲୁ ବଜାର ପୂଜା କମିଟିର ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ । ମୂର୍ତ୍ତି ଉଚ୍ଚତା ବଢିବନି ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ମହାମାରୀ ବେଳେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି । କେବଳ ଗୋଟିଏ ପୂଜା ମଣ୍ଡପକୁ ଅନୁମତି ଦେଇ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଗତବର୍ଷ ଏକ ମାସ ଆଗରୁ ମୂର୍ତ୍ତି ନିର୍ମାଣ ହୋଇସାରିଥିଲା । ତେଣୁ ୯ ପୂଜା ମଣ୍ଡପରେ ମୂର୍ତ୍ତି ବଡ଼ କରିବା ଲାଗି ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ସେଭଳି ଅବସ୍ଥା ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଥିଲା ଏବଂ ପୂର୍ବବତ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ବାଲୁ ବଜାର ପୂଜା କମିଟି ତରଫରୁ ଦାୟର ହୋଇଥିବା ପିଟିସନରେ ଗତ ଅଗଷ୍ଟ ୯ ତାରିଖରେ ଏସଆରସି ଜାରି କରିଥିବା ବିଜ୍ଞପ୍ତିର କ୍ଲଜ୍ ୪କୁ ମୁଖ୍ୟତଃ ଚ୍ୟାଲେଞ୍ଜ କରାଯାଇଥିଲା । ଗୁରୁବାର ମାମଲାର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ ।

ଗତବର୍ଷ ମଧ୍ୟ ହାଇକୋର୍ଟରେ ମାମଲା ଦାୟର କରିଥିଲା ବାଲୁ ବଜାର ଦୁର୍ଗା ପୂଜା କମିଟି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ୭ଟି କମିଟି ଉଚ୍ଚ ମୂର୍ତ୍ତି କରିଥିବା ବେଳେ ଅନ୍ୟ କମିଟି ୪ ଫୁଟର ମୂର୍ତ୍ତି ନିର୍ମାଣ କରି ପୂଜା କରିଥିଲେ । ଅଗଷ୍ଟ ୯ ତାରିଖରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ଵାରା ଜାରି ଅନ୍ୟ ସମସ୍ତ ଗାଇଡ଼ଲାଇନକୁ ମାନି ପୂଜା କରିବାରେ କୌଣସି ସମସ୍ୟା ନଥିବା ବାଲୁ ବଜାର ଦୁର୍ଗାପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଦର୍ଶାଇଥିଲେ ।

   Related Posts