ଓମଫେଡ୍ ଗୋଖାଦ୍ୟ ଦୁର୍ନୀତିର ତଦନ୍ତ କରିବ ସିବିଆଇ- ହାଇକୋର୍ଟ ଦେଲେ ନିର୍ଦେଶ
24/01/2020 at 9:36 PM

କଟକ ୨୪।୦୧ – ଓମଫେଡ୍ ଗୋଖାଦ୍ୟ ଦୁର୍ନୀତିର ତଦନ୍ତ କରିବ ସି ବି ଆଇ। ଆଜି ଏପ୍ରକାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।କଟକ ମିଲ୍କ ୟୁନିଅନରେ ୧୩ ଲକ୍ଷ ଟଙ୍କାର ଗୋଖାଦ୍ୟ ଦୁର୍ନୀତି ହୋଇଥିବା ନେଇ ଅଡିଟ୍ ରିପୋର୍ଟ ଆସିବାପରେ । ଷ୍ଟୋର କିପର ସନ୍ତୋଷ କୁମାର ସାମଲ ନାମକ ଜଣେ କର୍ମଚାରୀଙ୍କୁ ଓମ୍ଫେଡ୍ କର୍ତ୍ତୃପକ୍ଷ ସସ୍ପେଣ୍ତ କରିଥିଲେ, କିନ୍ତୁ ସେ ନିର୍ଦ୍ଦୋଷ ଏବଂ ଏଭଳି ଦୁର୍ନୀତିରେ ଆହୁରି ଅନେକ ଲୋକମାନେ ସମ୍ପୃକ୍ତ ଥିବା ନେଇ ସେ ଅଭିଯୋଗ କରିଥିଲେ, ଏବଂ ଏହାର ତଦନ୍ତ ଲାଗି ସେ ସି ବି ଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ, କିନ୍ତୁ ଥିଲା ସି ବି ଆଇ ଉକ୍ତ ଆବେଦନକୁ ଅଣଦେଖା କରିବାପରେ ସନ୍ତୋଷ ହାଇକୋର୍ଟହ୍କ ଦ୍ବାରସ୍ତ ହୋଇଥିଲେ।

ଯାହାର ଶୁଣାଣି କରି ଶୁକ୍ରବାର ଜଷ୍ଟିସ ଡଃ। ବି ଆର ଷଡଙ୍ଗୀ ମାମଲାର ସି ବି ଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଆବେଦନକାରିଙ୍କ ଓକିଲ କହିଛନ୍ତିଯେ,କେବଳ କଟକ ମିଲ୍କ ୟୁନିଅନ ନୁହେଁ ବରଂ ଓମଫେଡର ସମସ୍ତ ୟୁନିଅନ , ହେଡ୍ ଅଫିସ ଆଦିରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହୋଇଛି।

ସେ ସବୁର ମଧ୍ୟ ସି ବି ଆଇ ଦତନ୍ତ କରିବାଲାଗି କୋର୍ଟ ନିର୍ଦ୍ଦେଶ ଦୋଇଛନ୍ତି ବୋଲି କହିଛନ୍ତି ଆବେଦନକାରିଙ୍କ ଓକିଲ।