ମମତା ସରକାରଙ୍କୁ ହାଇକୋର୍ଟଙ୍କ ଝଟକା : ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 02, 2021 IST

କୋଲକାତା ୦୨/୦୮ : ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାରଙ୍କୁ କୋଲକାତା ହାଇକୋର୍ଟଙ୍କ ତରଫରୁ ଏକ ବଡ଼ ଝଟକା ଲାଗିଛି। ନକଲି ସରକାରୀ ଚାକିରୀ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ରାଖଲ ବେରାଙ୍କୁ ତୁରନ୍ତ ଖଲାସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ମମତା ବାନାର୍ଜୀ ସରକାରଙ୍କୁ କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ଆଉ ଏଫଆଇଆର ଦାଖଲ କରାଯିବା ଉଚିତ ନୁହେଁ।

wp:embed {"url":"https://twitter.com/ANI/status/1422109921391251463","type":"rich","providerNameSlug":"twitter","responsive":true}
https://twitter.com/ANI/status/1422109921391251463
/wp:embed

ଯଦି ଏମିତି କରନ୍ତି ତାହେଲେ ଏଥିପାଇଁ କୋର୍ଟରୁ ଅନୁମତି ନେବାକୁ ପଡିବ। ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଅଟନ୍ତି। ସେଥିପାଇଁ ଅଧିକାଂଶ ସମୟରେ ଟିଏମସି ସରକାରଙ୍କ ଟାର୍ଗେଟରେ ରହିଥାନ୍ତି। ପୂର୍ବରୁ ସେ ମମତା ବାନାର୍ଜୀଙ୍କ ଦଳ ଟିଏମସି ନେତା ଥିଲେ। ଶୁଭେନ୍ଦୁ ନନ୍ଦିଗ୍ରାମ ବିଧାନସଭା ଆସନରୁ ଲଢ଼ିଥିଲେ ଏବଂ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.