ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | November 23, 2020 IST

କଟକ ୨୩।୧୧: ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ତଥ୍ୟ ଦେବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏମଓୟୁ ଆଧାରରେ ଫି’ କମାଇବା ସପକ୍ଷରେ ଅଛନ୍ତି ରାଜ୍ୟ ସରକାର । ତେବେ ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଫି’ କମ୍ କରିବାକୁ ନେଇ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ବିଭିନ୍ନ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଏମଓୟୁ ଦସ୍ତଖତ କରିଥିଲେ ଶିକ୍ଷା ସଚିବ । ଅନ୍ୟପଟେ ସ୍କୁଲ ଫି’ କମାଇବା ପାଇଁ ଅଭିଭାବକ ମହାସଂଘ ଦାବି ଜୋରଦାର କରିବାରେ ଲାଗିଛି । କରୋନା ଲକଡାଉନ ସମୟରେ ସ୍କୁଲ ବନ୍ଦ ଥିବାରୁ ଫି’ କମାଇବା ଲାଗି ଅଭିଭାବକ ମହାସଂଘ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.