Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ୫ଟି ତାରିଖରେ ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

29/09/2021 at 1:10 PM

କଟକ ୨୯।୯: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୫ଟି ତାରିଖରେ ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସିଆର୍‌ପିସିର ଧାରା ୧୨୫ରେ ଦାୟର ଭରଣ ପୋଷଣ ମାମଲାର ୫ଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ମାମଲାର ଶୁଣାଣି ୫ରୁ ୬ଟି ତାରିଖରୁ ଅଧିକ ନେବା କଥା ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଗୋଟିଏ ତାରିଖରେ ନୋଟିସ ଜାରି କରାଯିବ । ପରବର୍ତ୍ତୀ ତାରିଖରେ ପ୍ରତିପକ୍ଷ ଅଦାଲତରେ ହାଜର ହେବା ସହିତ ଆପତ୍ତି ଦାଖଲ କରିବା ଉଚିତ।  ତୃତୀୟ ତାରିଖରେ ଯଦି ପକ୍ଷ ସାକ୍ଷୀ ଦେବାକୁ ଚାହିଁବେ ତେବେ ଆଉ ଏକ ତାରିଖ ମଞ୍ଜୁର କରାଯାଇ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପାଇଁ ଅନୁମତି ଦିଆଯାଇ ପାରିବ। ପଞ୍ଚମ ତାରିଖରେ ମାମଲାର ଶୁଣାଣି ଶେଷ ହେବ।  ଯଦି କୌଣସି ପକ୍ଷ ସାକ୍ଷୀ ଦେବାକୁ ଆଗ୍ରହୀ ନଥିବେ ତେବେ ତୃତୀୟ ତାରିଖରେ ଯୁକ୍ତି ଉପସ୍ଥାପନ ଗ୍ରହଣୀୟ ହେବ। ଏପରି ସ୍ଥିତିରେ ଚତୁର୍ଥ ତାରିଖରେ ଚୂଡାନ୍ତ ରାୟ ପ୍ରକାଶ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ଧରଣର ସଂଖ୍ୟାଧିକ ମାମଲା ବିଚାରାଧୀନ ଥିବା ଘଟଣାକୁ ଦୃଷ୍ଟିରେ ରଖି ଏପରି ଗାଇଡଲାଇନ୍ ଜାରି କରାଯାଇଥିବା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। 

ସିଆରପିସିର ଧାରା ୧୨୫ରେ ଭରଣପୋଷଣ ପାଇଁ ପତ୍ନୀ ନୟାଗଡ଼ ପରିବାର ଅଦାଲତରେ ଦାୟର କରିଥିବା ମାମଲାକୁ ଭୁବନେଶ୍ବର ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ସ୍ବାମୀ ପ୍ରିୟରଂଜନ ଦାଶ ଦାୟର କରିଥିବା ଟ୍ରାନ୍ସଫର ପିଟିସନର ଶୁଣାଣି କରି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି । ଏପରି ପରିସ୍ଥିତିରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ପରବର୍ତ୍ତୀ ତାରିଖ ଦିନ ସ୍ବାମୀ ଆପତ୍ତି ଦାଖଲ କରିବେ ଓ ଉପରୋକ୍ତ ରାୟ ଆଧାରରେ ମାମଲାର ଫେଇସଲା କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ଦୁଇ ମାସ ଭିତରେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଶେଷ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ହାଇକୋର୍ଟଙ୍କ ଏହି ରାୟର କପି ରାଜ୍ୟର ସମସ୍ତ ପରିବାର ଅଦାଲତ ଓ ଜିଲ୍ଲା ଜଜ୍‌ଙ୍କୁ ପଠାଇବାକୁ ରେଜିଷ୍ଟ୍ରିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

   Related Posts