ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କର : ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | May 12, 2020 IST

କଟକ୧୨।୫: ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାକୁ ନେଇ ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପକ୍ଷ ରଖିଥିଲେ ଆଡଭୋକେଟ୍ ଜେନେରାଲ ।

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ଭିତରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ କାମ । ମୋଟ୍ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ମଙ୍ଗଳବାର ୩ ରଥର ତିନୋଟି ଅଖ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତି ରଥର ୨ଟି ଲେଖାଏଁ ମୋଟ୍ ୬ଟି ଯନ୍ତାପଟା ବିନ୍ଧ କରାଯାଉଛି । ୬ଟି କୋରାମୁଣ୍ଡା ତିଆରି ଚାଲିଛି ।

ତେବେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସଂପୃକ୍ତ ୧୪୩ଜଣ ସେବକଙ୍କର ନିୟମିତ ପ୍ରକ୍ରିୟାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରାଥମିକ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ତେବେ ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି । ଏହି ସେବକମାନେ ଗତକାଲିଠାରୁ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତନିବାସ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.