Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ଛତର ଯାତ୍ରାରେ ବଳି ପଡିଲେ ଦାୟୀ ରହିବେ ଜିଲ୍ଲାପାଳ ,ଏସ୍‌ପି : ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

8/01/2020 at 10:28 PM

ଭୁବନେଶ୍ୱର ୦୮/୦୧ – ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ବଳି ଉପରେ କୋର୍ଟ ଲଗାଇଲେ କଡା ଅଙ୍କୁଶ । ହାଇକୋର୍ଟ ଏଥିନେଇ ରଖିଛନ୍ତିସ୍ପଷ୍ଟ ନିର୍ଦ୍ଦେଶ । ଯଦି ଛତର ଯାତ୍ରାରେ ପଶୁ ବଳି ପଡେ , ତେବେ ଦାୟୀ ହେବେ କଳାହାଣ୍ଡି ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକ । ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶରେ ରହିଛି ଆହୁରି କିଛି ତଥ୍ୟ । ପଶୁ ବଳି ରୋକିବାକୁ ଜନସଚେତନତା କାର୍ଯ୍ୟକ୍ରମ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଅଦାଲତ । ଛତର ଯାତ୍ରାର ମାସେ ଆଗରୁ କରାଯିବ ସଚେତନତା କାର୍ଯ୍ୟକ୍ରମ । ବଳି ରୋକିବାକୁ ମଧ୍ୟ କଡା ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ । ବଳି ସ୍ଥଳରେ ଏବଂ ରାସ୍ତତା କଡରେ ବଳିକୁ ରୋକିବାକୁ ସିସିଟିଭି କ୍ୟାମେରା ଲଗାଇବାକୁ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ମାଆ ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରା ବେଶ ପ୍ରସିଦ୍ଧ । ଏଠାକୁ ଜିଲ୍ଲା ଭିତରୁ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଏବଂ ବାହାରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ।ପ୍ରତିବର୍ଷ ଦୁର୍ଗାପୂଜାର ଅଷ୍ଟମୀ ତିଥିରେ ସାରା ରାତି ପୂଜା କରାଯାଇଥାଏ । ନବମୀ ତିଥିର ସକାଳେ ଜେମାଖାଲରୁ ମାଆଙ୍କ ବିଜୟ ପ୍ରତିମା ଛତର ମାଣିକେଶ୍ୱରୀ ମନ୍ଦିର ଅଭିମୂଖେ ଆସିଥାଏ । ଏହି ସମୟରେ ମାନସୀକଧାରୀ ଶ୍ରଦ୍ଧାଳୁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ପଶୁ- ପକ୍ଷୀଙ୍କୁ ବଳି ଦେଇଥାନ୍ତି । ଫଲକେ ସେହି ରାସ୍ତା ରକ୍ତ ରଞ୍ଜିତ ହୋଇଯାଇଥାଏ । ପ୍ରତି ବର୍ଷ ଏହି ପରମ୍ପରା ଚାଲି ଆସୁଥିବା ବେଳେ ହଜାର ହଜାର ନିରୀହ ପଶୁପକ୍ଷୀଙ୍କ ଏପରି ବଳି ପଡିଆସୁଛି । ଏହାକୁ ରୋକିବାକୁ ଏବେ ଅଦାଲତ କଠୋର ହୋଇଛନ୍ତି ।

   Related Posts