କଟକରେ ଆଇନଜୀବୀ-ପୁଲିସ ମୁହାଁମୁହିଁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | September 04, 2018 IST

କଟକ ୪|୯: କଟକରେ ଆଇନଜୀବୀ-ପୁଲିସ ମୁହାଁମୁହିଁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିଏସପି ସ୍ତରର ଜଣେ ଅଧିକାରୀ ଘଟଣାର ତଦନ୍ତ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ପରେ କଟକ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖ ସନ୍ଧ୍ୟାରେ କଟକ ନୂଆବଜାର ମାଛ ମାର୍କେଟ ନିକଟରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଆଇନଜୀବୀ ଓ ପୋଲିସ ମଧ୍ୟରେ ହାହାତୀ ହୋଇଥିଲା | ପୋଲିସ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ କରି ଚାଉଳିଆଗଞ୍ଜ ଥାନା ଘେରାଉ ହୋଇଥିଲା | ଏହି ଘଟଣାର ପ୍ରତିବାଦରେ ହାଇକୋର୍ଟ ବାର ଆସୋସିଏସନ ଗତ ୨୯ତାରିଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଥିଲା | ଆନ୍ଦୋଳନକାରୀମାନେ ଗୋଟିଏ ପିସିଆର ଭ୍ୟାନରେ ନିଆଁ ଲଗାଇଦେଇଥିଲେ | ୨୮ ତାରିଖ ସନ୍ଧ୍ୟା ଘଟଣାରେ ଚାଉଳିଆଗଞ୍ଜ ଥାନାରେ ୪ ଟି ମାମଲା ରୁଜୁ ହୋଇଥିଲା | ଘଟଣାର ତଦନ୍ତ ରିପୋର୍ଟ ଆଧାରରେ ଜଣେ ହାବିଲଦାର ଓ ୨ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.