ଗଣେଶ ପୂଜା ନିଷ୍ପତ୍ତି ପ୍ରଶାସନ ଉପରେ ଛାଡିଲେ ହାଇକୋର୍ଟ

Published By : Prameya-News7 Bureau | August 20, 2020 IST

କଟକ ୨୦।୮: ଟ୍ବିନ୍ ସିଟିରେ ଗଣେଶ ପୂଜା ଉପରେ କଟକଣା ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ଜନସ୍ବାର୍ଥ ମାମଲା କରିଥିଲା । ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପାଇଁ କହିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ ଯେ, କରୋନା କଟକଣା ଯୋଗୁଁ ଏବର୍ଷ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ଗଣେଶ ପୂଜା ବନ୍ଦ କରିବାକୁ ନେଇ ଗତ ୧୩ ତାରିଖରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଥିଲା ।

ପୋଲିସ୍ କମିଶନରେଟ୍ ଟ୍ବିଟ୍ କରି ସୂଚନା ଦେଇଥିଲେ ଯେ, ଚଳିତ ବର୍ଷ କଟକ, ଭୁବନେଶ୍ବରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.