ଅଧା ଓଡିଶାରେ ଜଳୁଛି ଜଙ୍ଗଲ, ହାଇକୋର୍ଟରେ ମାମଲା ; ହେଲିକପ୍ଟର ଜରିଆରେ ନିଆଁ ଲିଭାଇବାକୁ ନିବେଦନ

Published By : Prameya-News7 Bureau | March 09, 2021 IST

କଟକ ୦୯।୦୩ : ଜଙ୍ଗଲ ନିଆଁକୁ ଆୟତ୍ତ ନେଇ ହାଇକୋର୍ଟରେ ମାମଲା । ନିଆଁକୁ ଆୟତ୍ତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆବେଦନ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ଏହା ସହିତ ହେଲିକପ୍ଟର ଜରିଆରେ ନିଆଁ ଲିଭାଇବାକୁ ବ୍ୟବସ୍ଥା କରିବାକୁ ମଧ୍ୟ ଆବେଦନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଓଡିଶାର ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି । ଖାସ୍‌ କରି ଶିମିଳିପାଳ, କୁଳଡିହା, ଗୁଡିଡିହା ଆଦି ଅନେକ ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାକୁ ଅହରହ ଉଦ୍ୟମ ଜାରି ରହିଛି । ବନବିଭାଗ ଓ ଅଗ୍ନିଶମ ବାହିନୀ ଦିନରାତି ଏକ କରି ଜଙ୍ଗଲରୁ ନିଆଁ ଲିଭାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏସବୁ ଭିତରେ କରଞ୍ଜିଆ ଗୁଡିଡିହା ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଯୁବକଙ୍କୁ ଅଟକ ରଖିଛି ବନବିଭାଗ । ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.