Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦଶହରା ମୂର୍ତ୍ତି ବିବାଦ ଓ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗ : ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

2/10/2021 at 12:34 PM

କଟକ ୦୨।୧୦: ଦଶହରା ମୂର୍ତ୍ତି ବିବାଦ ଏବଂ କାରିଗର ମାନଙ୍କୁ ଆର୍ଥିକ ସହାୟତା ଦେବା ନେଇ ଯେଉଁ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା, ସେ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରୁଛନ୍ତି ହାଇକୋର୍ଟ । ବରଂ ଏ ପ୍ରସଙ୍ଗରେ ଆବେଦନକାରୀ ମାନେ ବିକଳ୍ପ ପଦକ୍ଷେପ ନେଇ ପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । 

ଖବର ଅନୁଯାୟୀ, ମୂର୍ତ୍ତି ଉଚ୍ଚତା ପୂର୍ବ ଭଳି ବଜାୟ ରଖିବା , ପର୍ଦ୍ଦା କଟକଣା ହଟାଇବା , ଏବଂ ସରକାରୀ କଟକଣା କାରଣରୁ ପାର୍ବଣ ସମୟରେ ଯେଉଁ କାରିଗର ମାନେ ଜୀବିକା ହରାଉଛନ୍ତି । ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ଭଳି ଆବେଦନ କରି ପ୍ରାୟ ୨୦ରୁ ଅଧିକ ସଂଗଠନ ମିଳିତ ଭାବେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।  ତେବେ ମୂର୍ତ୍ତି ଉଚ୍ଚତା ସମ୍ପର୍କରେ ହାଇକୋର୍ଟ ବାଲୁ ବଜାର ପୂଜା କମିଟିର ଆବେଦନକୁ ପ୍ରଥମରୁ ଖାରଜ କରି ସାରିଛନ୍ତି। ତେଣୁ ସେହିଭଳି ଆବେଦନ ଗୁଡ଼ିକର ପୁନର୍ବିଚାର ନା ହେବାର ସମ୍ଭାବନା ଅଧିକ ଥିଲା ,କିନ୍ତୁ କାରିଗର ମାନଙ୍କ ଲାଗି କିଛି ସ୍ଵତନ୍ତ୍ର ନିର୍ଦ୍ଦେଶ ଦେବାଲାଗି ହାଇକୋର୍ଟ ରାଜି ହୋଇନାହାନ୍ତି ।

ସେହିପରି କୋର୍ଟ ତାଙ୍କ ରାୟରେ କହିଛନ୍ତି କି , କୋଭିଡ ସଂକ୍ରମଣ କାରଣରୁ ଗତ ୨ ବର୍ଷ ଭିତରେ ଅଗଣିତ ଶ୍ରମଜୀବୀ ରୋଜଗାର ହରାଇଛନ୍ତି । ସେମାନଙ୍କ ବାବଦରେ ସରକାର କିଛିଟା ନୀତିଗତ ପଦକ୍ଷେପ ନେବେ , ତେଣୁ କିଛି ନିର୍ଦ୍ଧିଷ୍ଟ ବର୍ଗର କାରୀଗରଙ୍କୁ ସହାୟତା ଦେବା ଲାଗି ସରକାରଙ୍କୁ ସ୍ଵତନ୍ତ୍ର ଭାବେ ନିର୍ଦ୍ଦେଶ ଦେଇହେଵ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ପାର୍ବଣ ଉପରେ କଟକଣା ଜାରି ହେବା କାରଣରୁ , ସାଜସଜ୍ଜା  ଠାରୁ ଆରମ୍ଭ କରି ବଡ଼ ବଡ଼ ମୂର୍ତ୍ତି ନିର୍ମାଣ ଉପରେ ରୋକ୍ ଲଗାଯାଇଛି । ଏହାଦ୍ବାରା ଶତାଧିକ କାରିଗର ବୃତ୍ତି ହରାଇ ବସିଛନ୍ତି ବୋଲି ଆବେଦନକାରୀ ମାନେ କୋର୍ଟଙ୍କୁ ଦର୍ଶାଇଥିଲେ ।

   Related Posts