Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ମୁଖ୍ୟମନ୍ତ୍ରୀ ପଦ ଯିବା ମାତ୍ରେ ମୁସ୍କିଲ ଆରମ୍ଭ, ୟେଦ୍ୟୁରପ୍ପାଙ୍କୁ ଦୁର୍ନୀତ ମାମଲାରେ ନୋଟିସ୍

3/08/2021 at 8:27 PM

ବେଙ୍ଗାଲୁରୁ ୦୩।୦୮: ମୁଖ୍ୟମନ୍ତ୍ରୀ ପଦ ଯିବା ମାତ୍ରେ ବିଏସ ୟେଦ୍ୟୁରପ୍ପାଙ୍କ ମୁସ୍କିଲ ଆରମ୍ଭ ହୋଇ ଯାଇଛି। ଦୁର୍ନୀତି ସଂପର୍କିତ ଏକ ମାମଲାରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ୟେଦ୍ୟୁରପ୍ପାଙ୍କୁ ନୋଟିସ୍ ପଠାଇଛନ୍ତି। କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ବାସଭବନ ଯୋଜନାରେ ଦୁର୍ନୀତି ମାମଲାରେ ମଙ୍ଗଳବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ, ତାଙ୍କ ପୁଅ ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି ବି ଓ୍ଵାଇ ବିଜେନ୍ଦ୍ର, ତାଙ୍କ ପରିବାର ସଦସ୍ୟ, ପୂର୍ବତନ ମନ୍ତ୍ରୀ ଏସ ଟି ସୋମଶେଖର ଓ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀଙ୍କ ବିରୋଧରେ ନୋଟିସ୍ ଜାରି କରିଛନ୍ତି।

ବିଚାରପତି ଏସ ସୁନିଲ ଦତ୍ତ ଯାଦବଙ୍କ ଏକକ ପୀଠ କାର୍ଯ୍ୟକର୍ତ୍ତା ଟିଜେ ଆବ୍ରାହମଙ୍କ ଆବେଦନ ଉପରେ ଉପରୋକ୍ତ ସମସ୍ତଙ୍କ ବିରୋଧରେ ନୋଟିସ୍ ଜାରି କରି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଜୁଲାଇ ୮ରେ ସ୍ଵତନ୍ତ୍ର ଅଦାଲତ ଦ୍ଵାରା ଜାରି ଆଦେଶକୁ ଉକ୍ତ ଆବେଦନ ଜରିଆରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଉଲ୍ଲେଖନୀୟ ସ୍ଵତନ୍ତ୍ର ଅଦାଲତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଓ ତତ୍କାଳୀନ ମନ୍ତ୍ରୀ ସୋମଶେଖରଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ମାଗିଥିବା ଅନୁମତିକୁ ଖାରଜ କରିଥିଲେ।

ବେଙ୍ଗାଲୁରୁ ବିକାଶ ପ୍ରାଧୀକରଣର ୬୬୨ କୋଟି ଟଙ୍କାର ଏକ ବାସଭବନ ପ୍ରକଳ୍ପ ପାଇଁ ଲାଞ୍ଚ କାରବାର ମାମଲାରେ ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି। ବିରୋଧୀ ଦଳ ନେତା ସିଦ୍ଧରମୈୟା ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେବା ସମୟରେ କର୍ଣ୍ଣାଟକ ବିଧାନସଭାରେ ଏହି ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ ହୋଇଥିଲା। ୟେଦ୍ୟୁରପ୍ପା ଓ ତାଙ୍କ ପୁଅ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରି ଏଥିରେ କୌଣସି ସତ୍ୟତା ନଥିବା କହିଥିଲେ।

ଅନେକ କଂଗ୍ରେସ ନେତା ଅଭିଯୋଗ କରିଥିଲେ ଯେ, ୟେଦ୍ୟୁରପ୍ପା, ତାଙ୍କ ପୁଅ, ଜ୍ଵାଇଁ ଓ ନାତିଙ୍କ ପରି ନିକଟତର ସଂପର୍କୀୟ ଏହି ପ୍ରକଳ୍ପରେ ହୋଇଥିବା ଦୁର୍ନୀତିରେ ସଂପୃକ୍ତ ଅଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ବିଏସ ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଥିଲା। ଏହା ପରେ ଜୁଲାଇ ୨୮ରେ ବସବରାଜ ବୋମ୍ମାଇ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

   Related Posts