Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ, ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି କରିବେ ହାଇକୋର୍ଟ

10/08/2020 at 9:08 AM

କଟକ ୧୦।୦୮: ପୁରୀ ଶ୍ରୀମନ୍ଦିର ସହ ରାଜ୍ୟର ଅନ୍ୟ ମନ୍ଦିର ଖୋଲିବା ପ୍ରସଙ୍ଗ  । ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଉପରେ ଆଜି ଶୁଣାଣି ହେବ । ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାରେ ଆଜି ଶୁଣାଣି କରିବେ ମାନ୍ୟବର ହାଇକୋର୍ଟ ।

ରାଜ୍ୟରେ ମନ୍ଦିର ଖୋଲିବା ନେଇ ତ୍ରିଲୋଚନ ରଥଙ୍କ ସମେତ କାକଟପୁର ମା ମଙ୍ଗଳାଙ୍କ ସେବକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୫ ଜଣ ମାମଲା ଦାଖଲ କରିଛନ୍ତି । ମୋକଦ୍ଦମା ଦୁଇଟି ୧୩ ଏବଂ ୧୪ ସିରିଅଲ ନମ୍ବରରେ ଅଛି । ତେବେ ଆଜି ଏହି ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଶୁଣାଣି କରିବେ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମନ୍ଦିର ଭିତରକୁ କୌଣସି ବାହାର ଲୋକ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

   Related Posts