Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଚିଟ୍‌ଫଣ୍ଡ ମାମଲାରେ ବିଶାଖାପଟନମ୍ ପୂର୍ବତନ ବିଧାୟକ ବିଜୟ କୁମାର ମଲ୍ଲଙ୍କୁ ଜାମିନ, ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

6/12/2021 at 4:20 PM

କଟକ ୬।୧୨: ବିଶାଖାପଟନମ୍‌ ପୂର୍ବତନ ବିଧାୟକ ବିଜୟ କୁମାର ମଲ୍ଲଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍ । ଚିଟଫଣ୍ଡ ମାମଲାରେ ବିଶାଖାପଟନମ୍‌ ପୂର୍ବତନ ବିଧାୟକ ବିଜୟ କୁମାର ମଲ୍ଲ ଗିରଫ ହୋଇଥିଲେ ।

ବିଜୟ କୁମାର ମଲ୍ଲଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ସର୍ତ୍ତଗୁଡିକ ମଧ୍ୟରେ ରହିଛି, ୩୦ ଲକ୍ଷ ଟଙ୍କାର ଭୂସମ୍ପତ୍ତିର ଜମା ରଖିବେ ବିଜୟ ମଲ୍ଲ, ୧ ଲକ୍ଷ ଟଙ୍କାର ସିୟୋରିଟି ଏବଂ ୨ ଜାମିନଦାର ବଦଳରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଏହାସହ ଯଦି କୌଣସି ଜମାକାରୀ ତାଙ୍କ ଜମା ଟଙ୍କା ଦାବି କରନ୍ତି, ତାହେଲେ ତାଙ୍କ ଟଙ୍କା ମଧ୍ୟ ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ର ଏକ ଚିଟଫଣ୍ଡ ମାମଲାରେ ଗତ ସେପ୍ଟେମ୍ବର ୭ ତାରିଖରେ ବିଜୟଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

   Related Posts