Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ବିଦେଶୀ ଘୋଷିତ ପୂର୍ବ ସୈନ୍ୟ ଅଧିକାରୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

8/06/2019 at 7:52 PM

ଗୌହାଟୀ ୮।୬:  ବିଦେଶୀ ଘୋଷିତ ପୂର୍ବତନ ସେନା ଅଧିକାରୀ ମହମ୍ମଦ ସନାଉଲ୍ଲାହଙ୍କୁ ଗୌହାଟୀ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ସନାଉଲ୍ଲାହ ତାଙ୍କ ପରିବାର ସମେତ ଡିଟେନସନ କ୍ୟାମ୍ପରେ ନଜରବନ୍ଦୀ ଥିଲେ। କାର୍ଗିଲ ଯୁଦ୍ଧରେ ସେବା ଦେଇଥିବା ସନାଉଲ୍ଲାହଙ୍କୁ ଆସାମ ଫରେନର୍ସ ଟ୍ରିବ୍ୟୁନାଲ ବିଦେଶୀ ଘୋଷିତ କରିଥିଲେ। ଏହା ପରେ ସନାଉଲ୍ଲାହଙ୍କ ସମେତ ତାଙ୍କ ପରିବାରକୁ ଡିଟେନସନ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା।

ଏ ନେଇ ସନାଉଲ୍ଲାହ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଥିଲେ। ସେହି ଅନୁସାରେ ସନାଉଲ୍ଲାହ କୋର୍ଟରେ ଅପିଲ କରିଥିବା ବେଳେ ୨ ହଜାର ଟଙ୍କା ଓ ୨ ଜଣ ସ୍ଥାନୀୟ ସ୍ଥାନୀୟ ଜାମିନଦାରଙ୍କ ବଦଳେ ଜାମିନ ମଞ୍ଜୁର କରିଛନ୍ତି। ସନାଉଲ୍ଲାହ ଆସାମ କାମରୂପ ଜିଲ୍ଲା କଲାହୀକାଶ ଗ୍ରାମର ବାସିନ୍ଦା। ତେବେ ନ୍ୟାସନାଲ ରେଜିଷ୍ଟ୍ରାର ଅଫ ସିଟିଜେନ୍ସରେ ତ୍ରୁଟିପୂର୍ଣ୍ଣ ସୂଚନା ଲାଗି ବିଦେଶୀ ଚିହ୍ନଟ ପାଇଁ ସ୍ଥାପିତ ଫରେନର୍ସ ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ଘୋଷଣା କରିଛନ୍ତି।

ସନା ଉଲ୍ଲାହ ସ୍ଥାନୀୟ ହାଇସ୍କୁଲରୁ ସାର୍ଟିଫିକେଟ ପରୀକ୍ଷା ଉତୀର୍ଣ୍ଣ ହେବା ପରେ ସେନାରେ ଯୋଗଦେଇଥିଲେ। ଉଲ୍ଲେଖନୀୟ ସେବା ପାଇଁ ସେ ରାଷ୍ଟ୍ରପତି ମେଡାଲରେ ମଧ୍ୟସମ୍ବର୍ଦ୍ଧିତ ହୋଇଛନ୍ତି। ଅବସର ପରେ ସେ ଆସାମ ପୋଲିସରେ ଏଏସଆଇ ଅବସ୍ଥାପିତ ଥିବା ବେଳେ ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ଘୋଷଣା କରିବା ସନାଉଲ୍ଲାହଙ୍କ ପରିବାରକୁ ଗଭୀର ଆଘାତ ଦେଇଛି।

   Related Posts