ହାଇକୋର୍ଟଙ୍କ ନିର୍ଦ୍ଦେଶ: ସରକାରୀ ସ୍ତରରେ ମିଳୁଥିବା ସ୍ୱାସ୍ଥ୍ୟ ସେବାକୁ ଯାଞ୍ଚ କରିବା ଲାଗି ଗଠନ କର ଟିମ୍

Published By : Prameya-News7 Bureau | May 21, 2022 IST

କଟକ : ରାଜ୍ୟରେ ସରକାରୀ ସ୍ତରରେ ମିଳୁଥିବା ସ୍ୱାସ୍ଥ୍ୟ ସେବାକୁ ଯାଞ୍ଚ କରିବା ଲାଗି ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ଟିମ  ବିଭିନ୍ନ ସରକାରୀ ମେଡ଼ିକାଲ ଅଚାନକ ଗସ୍ତ କରି ତାର ବାସ୍ତବ ସ୍ଥିତି ପରଖିବା ପାଇଁ ନିର୍ଦ୍ଦେଶ ହୋଇଛି । ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, CHC ଓ PHC ରେ ଡାକ୍ତର , ପାରା ମେଡ଼ିକାଲ କର୍ମଚାରୀ, ଆମ୍ବୁଲାନ୍ସ, ଔଷଧର ଘୋର ଅଭାବ ରହିଛି। ଏହା ସହ ରୋଗୀଙ୍କୁ ମିଳୁନି ମୌଳିକ ସୁବିଧା।

ଏଭଳି ଏକ ରିପୋର୍ଟ ନଭେମ୍ବର ମାସରେ ହାଇକୋର୍ଟରେ ଦାଖଲ କରିଥିଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ। ଏହି ମାମଲାର ଶୁଣାଣି କରି ଏକ କ୍ରାକ ଟିମ୍ ଗଠନ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମେଡ଼ିକାଲରେ ଏହି ବ୍ୟବସ୍ଥାରେ ସୁଧାର ଆସିନଥିବ ସେମାନଙ୍କୁ ନୋଟିସ ଜାରି କରାଯିବ। ନୋଟିସ ପରେ DH, CHC ଓ PHC ରେ ଥିବା ଅଭାବ ଉପରେ କାମ  ନହେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୩୧ ସୁଦ୍ଧା ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.