ଭୀମସାର କର୍ତ୍ତୃପକ୍ଷଙ୍କୁ ଝଟ୍‌କା, ଛଟେଇ କର୍ମଚାରୀଙ୍କୁ କ୍ଷତିପୂରଣ ଦେବା ପରେ ବିଚାର ହେବା ନେଇ କହିଲେ ହାଇକୋର୍ଟ

Published By : Prameya-News7 Bureau | January 27, 2022 IST

ସମ୍ୱଲପୁର, ୨୭/୦୧: ଭୀମସାର ଅଧ୍ୟକ୍ଷାଙ୍କ ଅଫିସ ସିଲ ଘଟଣା ଓ ଛଟେଇ କର୍ମଚାରୀଙ୍କୁ କ୍ଷତିପୂରଣ ଘଟଣାରେ ଭୀମାସାରକୁ ପୁଣି ଝଟକା | ୩ କର୍ମଚାରୀଙ୍କୁ କ୍ଷତିପୂରଣ ଦେବାରେ ରହିତାଦେଶ ଦେବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଭୀମସାର କର୍ତ୍ତୃପକ୍ଷ | ଯେଉଁଥିରେ ଭୀମସାରକୁ ଝକଟା ଲାଗିଛି | ଅବିଳମ୍ବେ ୩ କର୍ମଚାରୀଙ୍କୁ ୫୦ ହଜାର ଟଂକା ଲେଖାଏଁ ପଇସା ଦେବା ପରେ କେସର ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଫଳରେ ଆଜି ୩ ଛଟେଇ କର୍ମଚାରୀଙ୍କୁ ଡାକି ଭୀମସାର ଡିନ୍ ୫୦ ହଜାର ଟଂକା ଲେଖାଏଁ ଚେକ୍ ପ୍ରଦାନ କରିଛନ୍ତି |

ଫଳରେ ଏକ ପ୍ରକାର ଭୀମସାରକୁ ଝଟକା ଲାଗିଛି | ଗତ ୨୧ ତାରିଖରେ ଭୀମସାରରେ ହୋଇଥିବା ନିଯୁକ୍ତି ଅନିୟମିତତା ଓ ସେଥିରେ ବେଆଇନ ଛଟେଇ ଘଟଣାରେ ମାନ୍ୟବର କୋର୍ଟଙ୍କ ଆଦେଶ ମତେ ଅଧକ୍ଷାଙ୍କ ଅଫିସ ସିଲ ହୋଇଥିଲା | ଏହା ସହ ୩ କର୍ମଚାରୀଙ୍କୁ କ୍ଷତିପୂରଣ ଦେବା ସକାଶେ ନିର୍ଦ୍ଦେଶ ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.