ଅଦାଲତ ଅବମାନନା ମାମଲାର ଶୁଣାଣି : ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଲେ ବିଭିନ୍ନ ବାର୍ ଆସୋସିଏସନ୍
21/10/2019 at 2:15 PM

କଟକ ୨୧|୧୦: ଓକିଲ ଆନ୍ଦୋଳନକୁ ଭିତିକରି ଦାୟର ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି । ମାମଲାର ପକ୍ଷଭୁକ୍ତ ହୋଇଥିବା ସମସ୍ତ ପକ୍ଷଙ୍କୁ ଆଜି ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଥିଲା । ତେବେ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଲେ ବିଭିନ୍ନ ବାର୍ ଆସୋସିଏସନ୍ । ଏଣେ କାର୍ଯ୍ୟବନ୍ଦ ଆନ୍ଦୋଳନ ରୁପରେଖ ପ୍ରସ୍ତୁତ କରିବା ପାଇଁ ଆଜି ଅପରାହ୍ନରେ ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ ।
ଅଦାଲତ ଅବମାନନା ମାମଲା ଓ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବାର ଅଛି । ରାଜ୍ୟର ବିଭିନ୍ନ ଓକିଲ ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଉଥିବା ହେତୁ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେବା ସହ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏହାକୁ ଭିତିକିର ହାଇକୋର୍ଟ ନିଜ ଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।
ଏହି ମାମଲାରେ ହାଇକୋର୍ଟ ବାର୍ ସମେତ ୬୮ ବାର୍ ଆସୋସିଏସନଙ୍କୁ ପକ୍ଷଭୁକ୍ତ କରାଯାଇଛି । ଦ୍ବିତୀୟ ଥର ପାଇଁ ଆଜି ହାଇକୋର୍ଟ ଫୁଲ୍ ବେଞ୍ଚ୍ ମାମଲାର ଶୁଣାଣି କରିଥିଲେ । ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣୀ ହେବ ।