Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଦାଲତ ଅବମାନନା ମାମଲାର ଶୁଣାଣି : ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି, ଆସନ୍ତା ୨୧ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

କଟକ ୧।୧୦: ପ୍ରଥମ ଥର ପାଇଁ ଓଡିଶା ହାଇକୋର୍ଟର ଫୁଲ୍ ବେଞ୍ଚ୍‌ ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି । ଆଜି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ୧୪ଜଣ ବିରାଚପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ମାମଲାର ଶୁଣାଣି କରି ଫୁଲ୍ ବେଞ୍ଚ ଏହି ଅଦାଲତ ଅବମାନନା ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ ଓ ସମସ୍ତ ପକ୍ଷଙ୍କୁ ନୋଟିସ୍ କରିଛନ୍ତି । ଆସନ୍ତା ୨୧ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

ସୂଚନାଯୋଗ୍ୟ ଯେ, ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ଦାବି କରିଛି । ଏହି ଦାବି ନେଇ ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟ କିଛି ବାର୍ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଏପରି କାର୍ଯ୍ୟବନ୍ଦ ବିରୋଧରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ଅଦାଲତ ଅବମାନନା ମାମଲା ଦାଏର କରାଯାଇଥିଲା ।

ସେପଟେ କଲେଜିୟମ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍ ର କାର୍ଯ୍ୟ ବନ୍ଦ ଆନ୍ଦୋଳର ରୁପରେଖ କଣ ହେବ ସେ ନେଇ ଆଜି ସାଢେ ୨ଟା ବେଳେ ଆକ୍ସନ କମିଟି ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ବାର୍ ଆସୋସିଏସନ୍ ସଭାପତି କହିଛନ୍ତି ।

112 Views

   ସମ୍ବନ୍ଧିତ ଖବର