Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ

1/03/2021 at 2:33 PM

କଟକ ୧।୩: ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା ନେଇ ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର ଓ ସିବିଆଇ ।  ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇସାରିଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ସିବିଆଇ ତଦନ୍ତରେ ଶିଥିଳତାକୁ ନେଇ ଦାୟର ହୋଇଥିଲା ମାମଲା  ।  ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ଅବଗତ ହେବା ପରେ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ ।  ଷଡଯନ୍ତ୍ରକାରୀ ଅଭିଯୁକ୍ତମାନେ ଆଉ ଜୀବିତ ନାହାନ୍ତି । ତେଣୁ ମାମଲାରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।

ବହୁ ଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ପୁନେରୁ ଗିରଫ କରିସାରିଛି କମିଶନରେଟ୍‌ ପୋଲିସ ।  ସିବିଆଇ ଆଖିରେ ଧୁଳିଦେଇ ପୁନେରେ ଲୁଚିଥିଲା ।  ସବୁ ନାଁ ଗାଁ ଠିକଣା ବଦଳେଇ ଦେଇଥିଲା । ଜଳନ୍ଧର ସ୍ବାଇଁ ନାଁରେ ପୁନେରେ ରହୁଥିଲା ବିବନ । ମହାରାଷ୍ଟ୍ର ପୋଲିସ ସହାୟତାରେ କମିଶନରେଟ୍ ପୋଲିସ ବିବନକୁ ଗିରଫ କରିଛି ।  ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ୧୯୯୯ ଜାନୁଆରୀ ୨୬ରେ ଗିରଫ ହୋଇଥିଲେ । ତେବେ ସେହିଦିନଠାରୁ ଫେରାର ଥିଲା ବିବନ।

ନାଁ ବଦଳାଇ ରହୁଥିବା ବିବନକୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ଗଢିଥିଲା ସ୍ବତନ୍ତ୍ର ଟିମ୍‌ । ଏହି ଅପରେସନର ନାଁ ଦିଆଯାଇଥିଲା ‘ସାଇଲେଣ୍ଟ ଭାଇପର’ । ୩ ମାସ ପୂର୍ବରୁ ଏଥିପାଇଁ ଜାଲ ବିଛାଇଥିଲା କମିଶନରେଟ ପୋଲିସ । ପୋଲିସ କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା ।  ୩ ମାସ ତଳେ ଚୌଦ୍ବାର ଜେଲରେ ଥିବା ଅପରାଧୀ ଧିରେନ୍ଦ୍ରକୁ ଭେଟିଥିଲେ କମିଶନର । ବିବନକୁ ସହଯୋଗୀମାନେ ବିକେ ବା ବାରଙ୍ଗ କିଙ୍ଗ୍ ବୋଲି ଡାକୁଥିବା ପୋଲିସ ଜାଣିବାକୁ ପାଇଥିଲା। ମଝିରେ ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା ।  

ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କରିଥିଲା ପୋଲିସ । ଜଣାପଡ଼ିଥିଲା ନାଁ ବଦଳାଇ ବିବନ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ବାଇଁ ନାଁରେ ରହୁଛି। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରିଥିଲା । ଭୋଟର ପରିଚୟ ପତ୍ର, ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍‌ବୁକ୍ ବି ଜଳନ୍ଧର ସ୍ବାଇଁ ନାଁରେ କରିଥିଲା ।  କେବଳ ସେତିକି ନୁହେଁ ବିବନ ବିଶ୍ବାଳ ମରିଯାଇଥିବା ନେଇ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ କରିବାରେ ସେ କୁଆଡ଼େ ଲାଗିଥିଲା । ପୋଲିସ କିନ୍ତୁ ଟ୍ରାକ୍ କରି ପହଞ୍ଚିଥିଲା ବିବନ ଓରଫ ଜଳନ୍ଧର ପାଖରେ। ପୋଲିସକୁ ଦେଖି ସେଠିବି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା କିନ୍ତୁ ୨୨ ବର୍ଷର ଖେଳ ସରିଯାଇଥିଲା। 

   Related Posts