Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ୭୮ ଦିନରେ ଆନ୍ଦୋଳନ; ଆନ୍ଦୋଳନକୁ ସମର୍ଥନ କରି ଅଡିଓ ଟେପ୍ ଜାରି କରିଛି ମାଓବାଦୀ ମହାସମୁଦ ଡିଭିଜନ

22/11/2018 at 5:54 PM

ସମ୍ବଲପୁର ୨୨/୧୧ : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଜାରି ରହିଛି ଆନ୍ଦୋଳନ । ଅହୋରାତ୍ର ରିଲେ ଅନଶନ ଚତୁର୍ଥ ଦିନରେ ଜାରି ରହିଥିବା ବେଳେ ୭୮ ଦିନରେ ପହଞ୍ଚିଛି କାର୍ଯ୍ୟବନ୍ଦ ଆନ୍ଦୋଳନ । ଏବେ ବି ରାଜ୍ୟ କି କେନ୍ଦ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିନି । ସେପଟେ ୨୯ ଏବଂ ୩୦, ଦୁଇ ଦିନ ଧରି ୧୦ ଜିଲ୍ଲାରେ ପାଳନ ହେବାକୁ ଥିବା ମହାବନ୍ଦକୁ ଲାଲବାହିନୀର ସମର୍ଥନ ପରେ ପ୍ରଶାସନ ଓ ପୋଲିସ୍‌ର ମୁଣ୍ଡବ୍ୟଥା ବଢିଛି ।

ଦାବି ପୂରଣ ଦିଗରେ ନା ରାଜ୍ୟ ନା କେନ୍ଦ୍ର, କାହାରି ବି ଆନ୍ତରିକତା ଥିବା ଭଳି ମନେହେଉନି।  ଗୁରୁବାର  ଆନ୍ଦୋଳନକୁ ସମର୍ଥନ କରି ଅଡିଓ ଟେପ୍ ଜାରି କରିଛି ମାଓବାଦୀ ମହାସମୁଦ ଡିଭିଜନ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିର୍ବାଚନ ପରେ ଲୋକଙ୍କୁ ପ୍ରତାରଣା କରୁଥିବା ଅଡିଓ ଟେପ୍‌ ରେ କୁହାଯାଇଛି । ୨୯ ଓ ୩୦ରେ ହେବାକୁ ମହାବନ୍ଦକୁ ସଂଗଠନ ସମର୍ଥନ କରୁଥିବା ଅଡିଓ ଟେପ୍ ରେ କୁହାଯାଇଛି ।

ରାଜ୍ୟ ସରକାର ଏଥିରୁ କିଛି ଶିକ୍ଷା ଲାଭ କରିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ଓକିଲ। ସେପଟେ ବିଭିନ୍ନ ଛାତ୍ର ସଂଗଠନ ଓ ଜିଲ୍ଲା ବିଜେପି ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରି ଧାରଣାରେ ବସିଛନ୍ତି । ହାଇକୋର୍ଟ ବେଞ୍ଚ ସ୍ଥାପନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି ।

ବିଭିନ୍ନ ସରକାରୀ ଦପ୍ତରରେ ୪ଦିନ ହେଲା ଝୁଲୁଛି ତାଲା । ତଥାପି ନିଦାବିଷ୍ଣୁ ସାଜିଛନ୍ତି ସରକାର । …

   Related Posts