ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଂଗ: ସରକାର କରୁଛନ୍ତି ଡିଭାଇଡ ଆଣ୍ଡ ରୁଲ ପଲିସି, ସମ୍ବଲପୁରରେ ଆନ୍ଦୋଳନ ପହଞ୍ଚିଲା ୧୦୦ ଦିନରେ

Published By : Prameya-News7 Bureau | December 09, 2018 IST

ସମ୍ବଲପୁର ୯|୧୨: ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ତେଜୁଛି ଆନ୍ଦୋଳନ । ପଶ୍ଚିମଓଡିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ସମ୍ବଲପୁର ଜିଲ୍ଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଶହେ ଦିନ ପୂରିଛି । ହେଲେ ସରକାରଙ୍କ ନିଦ ଭାଙ୍ଗିନି । ସେପଟେ ବଲାଙ୍ଗିରରେଆନ୍ଦୋଳନକୁ ବିଭିନ୍ନ ସଂଘ ସମର୍ଥନ ଦେବାରେ ଲାଗିଛନ୍ତି । 

{"id":62383}

ସମ୍ବଲପୁରରେ ତେଜୁଛି ଆନ୍ଦୋଳନ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ଜୋର ଧରିଲାଣି । ସରକାର, ବିଭିନ୍ନ ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ସୃଷ୍ଟି ନକରନ୍ତୁ ।  ସ୍ପଷ୍ଟ ଭାବରେ ପଶ୍ଚିମ ଓଡିଶାର କେଉଁ ସ୍ଥାନରେ ବେଞ୍ଚ ପ୍ରତିଷ୍ଠା କରାଯିବ ସେ ନେଇ ଆଇନ ମନ୍ତ୍ରଣାଳୟକୁ କମ୍ପୋଜିଟ୍‌ ଚିଠି ଲେଖିବା ସହ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ରିପୋର୍ଟ ହାସଲ କଲେ ଭଲ ହେବ। ନଚେତ ଡିଭାଇଡ୍‌ ଆଣ୍ଡ ରୁଲ୍‌ ପଲିସି ସରକାରଙ୍କୁ ମହଙ୍ଗା ପଡିବ ବୋଲି ଆନ୍ଦୋଳନକାରୀ ଓକିଲ ଚେତାବନୀ ଦେଇଛନ୍ତି । ଆସନ୍ତା ୧୪ତାରିଖରେ ବୀରମହାରାଜପୁରରେ ସିଏସି ର ସାଧାରଣ ପରିଷଦ ବୈଠକ ବସି, ଆନ୍ଦୋଳନର ପରବର୍ତ୍ତୀ ରୁପରେଖ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ବୈଠକରେ ୭୨ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯିବା ସହ, ଆନ୍ଦୋଳନକୁ ବ୍ୟାପକ କରିବାକୁ ଯୋଜନା କରାଯାଇଛି। 

{"id":62384}

ସେପଟେ ବଲାଙ୍ଗିରକେ ଆନ୍ଦୋଳନ ପହଞ୍ଚିଛି ସପ୍ତମ ଦିନରେ । ଜିଲ୍ଳାପାଳ, ତହସିଲ କାର୍ଯ୍ୟାଳୟ , କୋର୍ଟ କଚେରୀ ସବୁ ଠପ୍ ହୋଇପଡ଼ିଛି ଏଠି  । ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଏସ୍କ ଆର୍ମିଂ ସଂଘ, ଫଳ ବ୍ୟବସାୟୀ ସଂଙ୍ଘ, ରୁଗୁଡିପଡା ଦୂର୍ଗାପୂଜା କମିଟି, ବିଡିସିସି ବ୍ୟାଙ୍କ କର୍ମଚାରୀ ସଂଘ ।  

ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି । ତେଣେ ଆନ୍ଦୋଳନ ଉଗ୍ର ରୂପ ନେଉଛି । ସରକାର ବି ଅନେକ ସ୍ଥାନରେ ଆନ୍ଦୋଳନ କରାଇ ପରିସ୍ଥିତିକୁ ଅଧିକ ଗୋଳିଆ କରିଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.