ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୭ରୁ ୯ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ ଅର୍ଥନୈତିକ ଅବରୋଧ

Published By : Prameya-News7 Bureau | January 06, 2019 IST

ସମ୍ବଲପୁର ୬/୧ : ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନକୁ ବ୍ୟାପକ କରାଯିବ। କାଲି ଠୁ ୯ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି, ଅର୍ଥନୈତିକ ଅବରୋଧ କରିବାକୁ ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି । ଉଭୟ ରେଳ ଓ ସଡକ ପଥରେ ଠପ୍ ହେବ ମାଲ୍  ପରିବହନ ।  

{"id":70978}

ତାତିଲେ ଆନ୍ଦୋଳନରତ ଓକିଲ । ୭ତାରିଖରୁ ୯ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ ଅର୍ଥନୈତିକ ଅବରୋଧ କରାଯିବ ।  ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଉଭୟ ରେଳ ଓ ସଡକ ପଥରେ ଖଣିଜଦ୍ରବ୍ୟ ଓ ଅନ୍ୟାନ ମାଲ୍‌ ପରିବହନକୁ ସଂପୂର୍ଣ୍ଣ ଠପ୍‌ କରିବାକୁ ନିଷ୍ପତ୍ତି ନେଇଛି ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।ଦୀର୍ଘ ୪ମାସ ହେଲା ଉଭୟ ବିଚାର ବିଭାଗ ଓ ପ୍ରଶାସନିକ କଳକୁ ଅଚଳ କରି ଆନ୍ଦୋଳନ ଚଳାଇଛନ୍ତି ହଜାର ହଜାର ଓକିଲ । ହେଲେ ଦାବି ପୁରଣ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାହାରି ତତ୍ପରତା ନାହିଁ । ସରକାର ଯଦି ବଳପ୍ରୟୋଗ କରି, ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କରନ୍ତି, ତେବେ ତାର ଦୃଢଜବାବ୍‌ ଦେବାକୁ ପ୍ରସ୍ତୁତ ରହିଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

{"id":70979}

ଅର୍ଥନୈତିକ ଅବରୋଧରେ ମୁଖ୍ୟତଃ ସମ୍ବଲପୁର,ଦେବଗଡ,ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା  ଦିଗରେ, ଠୋସ୍‌ ପଦକ୍ଷେପ ନନେବା ପର୍ଯ୍ୟନ୍ତ କାର୍ଯବନ୍ଦ ଆନ୍ଦୋଳନ ଜାରି ରଖିବାକୁ, ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଅର୍ଥନୈତିକ ଅବରୋଧ ପରେ ମଧ୍ୟ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନଚେତିଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ସୂଚନା ଦେଇଛନ୍ତି...

{"id":70980}

ଦୀର୍ଘ ୪ମାସ ହେଲା, ଉଭୟ ରାଜ୍ୟ  ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରି, ୯ଟି ଜିଲ୍ଲାରେ ଓକିଲମାନେ ଆନ୍ଦୋଳନ ଚଳାଇଥିବା ବେଳେ, କେବେ ଦାବି ପୂରଣ ହେବ ଓ କେବେ ପୁଣି ସମସ୍ତ ଅଫିସ୍‌ ଖୋଲିବ ତାକୁ ଏବେ ଅପେକ୍ଷା ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.