ରାଜ୍ୟର ବିଭିନ୍ନ ସ୍ଥାନରେ ଜୋର ଧରିଲାଣି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ଜୟପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଥିଲେ ବି ବିଚାରପତିଙ୍କୁ କୋର୍ଟକୁ ଛାଡିଲେନି ଓକିଲ

Published By : Prameya-News7 Bureau | December 08, 2018 IST

ଭୁବନେଶ୍ବର ୮|୧୨: ଜୋର ଧରିଲାଣି ହାଇକୋର୍ଟବେଞ୍ଚ ପ୍ରତିଷ୍ଠା ଦାବି । ଗୋଟିଏ ପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ସମ୍ବଲପୁର ବଲାଙ୍ଗିରଆଦି ଜିଲ୍ଲାରେ ଓକିଲମାନେ ଜୋରଦାର ଆନ୍ଦୋଳନ ଜାରି ରଖିଥିବା ବେଳେ ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ଜୟପୁରରଓକିଲମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଜୋରଦାର କରିଛନ୍ତି । ଜୟପୁରରେ ୫ଦିନ କୋର୍ଟ କାର୍ଯ୍ୟବର୍ଜନ କରିଛନ୍ତି ଆଇନଜୀବୀ । ଆଉ ବଲାଙ୍ଗିରରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହୋମଯଜ୍ଞ ଚଳାଇଛନ୍ତିଆଇନଜୀବୀ ।….

{"id":62162}

କେଉଁଠି ହେବ ହାଇକୋର୍ଟର ସ୍ଥାୟୀ ବେଞ୍ଚ ?ସମ୍ବଲପୁର, ବଲାଙ୍ଗିର ନା ଜୟପୁର । ହାଇକୋର୍ଟ ବେଞ୍ଚ ପାଇଁ ଏହି ସବୁ ସହରରେଚାଲିଛି ଜୋରଦାର ଆନ୍ଦୋଳନ । ସମ୍ବଲପୁର ଓ ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିପରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଜୟପୁରରେ ହାଇକୋର୍ଟ ବେଞ୍ଚ ପାଇଁ ଓକିଲଙ୍କ ଆନ୍ଦୋଳନ ତୀବ୍ର ହେଲାଣି। ଜୟପୁରର ଓକିଲ ମାନେ ୫ ଦିନ ହେଲା କୋର୍ଟ ବର୍ଜନକରିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଥିଲେ ବିବିଚାରପତିଙ୍କୁ କୋର୍ଟ ଛାଡିନାହାନ୍ତି ଆନ୍ଦୋଳନକାରୀ ଓକିଲ । ଏଥିପାଇଁ ଲୋକ ଅଦାଲତରେ ଶୁଣାଣି ହୋଇପାରିନି। ଆନ୍ଦୋଳନ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଦାବିପୁରଣ ନହେଲେ ୧୮ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଧମକ ଦେଇଛି ଓକିଲ ସଂଘ।

ଆଉବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଚାଲିଛି ହୋମ ଯଜ୍ଞ । ପାରମ୍ପରିକବସ୍ତ୍ର ସହ ପୂଜା ସାମଗ୍ରୀ ଧରି ହୋମଯଜ୍ଞ କରିଛି ବଲାଙ୍ଗୀରଜିଲ୍ଲା ବ୍ରାହ୍ମଣ ମହାସଭା । ଉଦ୍ଦେଶ୍ୟ ବଲାଙ୍ଗିରରେ ପ୍ରତିଷ୍ଠା ହେଉ ହାଇକୋର୍ଟର ସ୍ଥାୟୀ ବେଞ୍ଚ ।ଆନ୍ଦୋଳନରେ ବ୍ରାହ୍ମଣମହାସଭା,ଯାଦବସମାଜ,ଓ୮୪ ଘର ଅଘରିଆ ସମାଜ, ମୁସଲିସ ସମ୍ପ୍ରଦାୟ ଲୋକ ସାମିଲହେବାସହ ଧାରଣା ଦେଇଛନ୍ତି । ପୂର୍ବରୁ ମିଳିତ କ୍ରିୟାନୁଷ୍ଠାନ କମିଟି ୨୪ ଘଣ୍ଟିଆ ମହାବନ୍ଦପାଳନକରିଛି । ୩ ତାରିଖରୁ କୋର୍ଟ, କଚେରୀ  ବନ୍ଦକରି ଚାପ ସୃଷ୍ଟି କରିଛି । ହେଲେ ଏଯାଏଁ ସରକାରଙ୍କପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳିନାହିଁ । ।

ରାଜ୍ୟର ବିଭିନ୍ନ ସ୍ଥାନରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋର ଧରୁଥିବାରୁ କେଉଁଠି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।…..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.