ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଲଣ୍ଡା ହୋଇ ଦାବି ଜଣାଇଲେ ଓକିଲ

5/12/2018 at 12:43 PM

ବଲାଙ୍ଗୀର ୫/୧୨ : ବଲାଙ୍ଗୀର ସହରରେ ଗତ କିଛି ଦିନ ହେବ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋର ଧରିଛି | ଏନେନି ସୋମବାର ଦିନ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ଜିଲ୍ଲା ଓକିଲ ସଂଘ | ତେବେ କୌଣସି ସୁଫଳ ନ ମିଳିବାରୁ ଜିଲ୍ଲା ଓକିଲ ସଂଘ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛି | ଜିଲ୍ଲା ଓକିଲ ସଂଘର କାର୍ଯ୍ୟକର୍ତ୍ତା ଲଣ୍ଡା ହୋଇ ନିଜର ଦାବି ଜଣାଇଛନ୍ତି | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୭ ଦିନିଆ ଆନ୍ଦୋଳନ ଡାକରା ଦେଇଛି ସଂଘ |

କୁହାଯାଏ ସହିବାର ସିମା ପାର ହେଲେ ମଣିଷ ଆନ୍ଦୋଳତ୍ମାକ ହୋଇ ଥାଏ । ଏଭଳି ଭାବରେ ଏବେ ବଲାଙ୍ଗୀର ଜିଳ୍ଲାରେ ମଧ୍ୟ ଦେଖାଦେଇଛି ଆନ୍ଦୋଳନ। ବଲାଙ୍ଗୀର ଠାରେ ହାଇକୋର୍ଟ ବ୍ୟାଞ୍ଚ ସ୍ଥାପନ ଦାବି ନେଇ କାଲି ୨୪ ଘଣ୍ଟିଆ ବନ୍ଦ ପାଳନ ପରେ ଆଜି ଠୁ ଆରମ୍ଭ ହୋଇଛି ୭ ଦିନିଆ ଆନ୍ଦୋଳନ। ରେଭେନ୍ୟୁ, ଜିଲ୍ଲାପାଳ କାର୍ଯ୍ୟାଳୟ , କୋର୍ଟ , କଚେରି ସବୁ ହୋଇଛି ଠପ। ସବୁଠି ତାଲା ପକାଇବା ସହ ଧାରଣା ଦେଇଛନ୍ତି ବଲାଙ୍ଗୀର କ୍ରିଆନୂଷ୍ଠାନ କମିଟି । ସେପଟେ ପ୍ରଶାସନ ପାଖକୁ ଆସୁଥିବା ନଜସାଧାରଣ ହୋଇଛନ୍ତି ହନ୍ତସନ୍ତ । ଅତିରିକ୍ତ ଜିଲ୍ଲାପାଳ କହିଲେ ସରକାରଙ୍କୁ ଜଣାଇଦିଆଯାଇଛି ଯାହା ପରାମର୍ଶ ଆସିବ ସେ ନେଇ ଲୋକଙ୍କ ସୁବିଧା ପାଇଁ କରାଯିବ ସମସ୍ୟାର ସମାଧାନ ।

ଗତ କାଲି ବନ୍ଦ ପରେ ଆଜି ଠାରୁ ୭ ଦିନ ଧରି ଧାରଣା। ଏ ହେଉଛି ବଲାଙ୍ଗୀର ଜିଲ୍ଲାପାଳ ଓ କୋର୍ଟ କାର୍ଯ୍ୟାଳୟ ର ଦୃଶ୍ୟ। ସକାଳୁ କୋର୍ଟ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ ସିଭିଲ କୋର୍ଟ ମାନ୍ୟବର ଜଜ୍‌ । ହେଲେ ଓକିଲ ସଂଙ୍ଗ ସହ କ୍ରୀଆନୂଷ୍ଠାନ କମିଟି ତାଙ୍କୁ କୋର୍ଟ କାର୍ଯ୍ୟ ନ କରିବା ପାଇଁ ଅନୁରୋଧ କରିଥିଲେ ଓ ଫେରାଇ ଦେଇଥିଲେ । ସେହିପରି ଭାବରେ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଆସିଥିଲେ କାର୍ଯ୍ୟାଳୟକୁ ହେଲେ ତାଙ୍କୁ ମଧ୍ୟ ବାଟରେ ଅଟକାଇ ଫେରାଇଦେଇଥିଲେ ଆନ୍ଦୋନଳ କାରି। ତେବେ ଆଗାମିତ ୭ ଦିନ ଧରି ଠକ ହେବ ଜିଲ୍ଲାପାଳ, ତହସିଲ, କୋର୍ଟ କଚେରି କାର୍ଯ୍ୟାଳୟ। ଓ ୭ ଦିନ ପରେ ମଧ୍ୟ କୌଣସି ଉତ୍ତର ସରକାରଙ୍କ ପକ୍ଷରୁ ନ ଆସିଲେ ଆଗାମି ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ କୁ ବନ୍ଦ କରିବା ପାଇଁ ଚେତାବନି ଦେଇଛି କ୍ରିଆନୂଷ୍ଠାନ କମିଟି।

 

   Related Posts