ପୁଣି ତେଜିଲାଣି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି, ଆନ୍ଦୋଳନ ଚେତାବନୀ ଦେଲା ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

Published By : Prameya-News7 Bureau | June 19, 2019 IST

ସମ୍ବଲପୁର ୧୯|୬: ପୁଣି ଉଠିଲା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗ । ନିର୍ବାଚନ ପରେ, ନୂଆ ସରକାର ଆସିଲେ, ପୁଣି ଦାବି ଉପସ୍ଥାପନା କରାଯିବା ସହ, ସରକାରଙ୍କ ଆଭିମୂଖ୍ୟକୁ ଦେଖି ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇଛି ସତ । ହେଲେ ବର୍ତ୍ତମାନ ସୁଦ୍ଧା ପଶ୍ଚିମଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ କୌଣସି କାର୍ଯ୍ୟକ୍ରମ ଆରମ୍ଭ ହୋଇନି । ତେଣୁ ପୁଣି ଥରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ଡେଡ୍‌ଲାଇନ୍‌ ମଧ୍ୟ ଦିଆଯାଇଛି । 

{"id":124828}

ପୁଣି ତେଜିଲାଣି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ।ଏନେଇ ସରକାରଙ୍କୁ ମଧ୍ୟ ଡେଡ୍ ଲାଇନ୍ ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।  ଚଳିତବର୍ଷ  ଅଗଷ୍ଟ ମାସ ୩୦ତାରିଖ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ସରକାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ ନକଲେ, ୧ସେପ୍ଟେମ୍ବରରୁ ପୁଣି ଆନ୍ଦୋଳନକୁ ଜୋର୍‌ଦାର କରାଯିବ । ଏହାସହ ୯ଟି ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ଏବଂ ବିଚାରବିଭାଗୀୟ ଅଦାଲତକୁ ଅଚଳ କରିଦେବାକୁ ନିଷ୍ପତ୍ତି ହୋଇଛି । ସାଧାରଣ ନିର୍ବାଚନ ପୁର୍ବରୁ, ୧୬୬ଦିନ ଧରି,ପଶ୍ଚିମଓଡିଶାର ୯ଟି ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବା ସହ, କୋର୍ଟ କାର୍ଯ୍ୟକୁ ଅଚଳ କରିଦିଆଯାଇଥିଲା। ତେବେ ନିର୍ବାଚନ ପୁର୍ବରୁ ଆଦର୍ଶ ଆଚରଣ ବିଧି ଲାଗୁହେବାରୁ ଆନ୍ଦୋଳନକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଥିବା ବେଳେ, ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଓକିଲସଂଘ ଅନୁମତି ଦେଇଥିଲା। ହେଲେ କୋର୍ଟ କାର୍ଯ୍ୟରେ ଏବେ ମଧ୍ୟ ଅସହଯୋଗ ଜାରୀ ରହିଛି।

{"id":124829}

ଓକିଲମାନଙ୍କ ଦାବିକୁ ନବ ନିର୍ବାଚିତ ଜନ ପ୍ରତିନିଧିମାନେ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଜନ ପ୍ରତିନିଧିଙ୍କ କହିବା କଥା ଦୀର୍ଘ ୪୦ବର୍ଷ ଧରି ହାଇକୋର୍ଟ ବେଞ୍ଚ ପାଇଁ ଚାଲିଥିବା ଆନ୍ଦୋଳନକୁ ସରକାର ବୁଝିବା ଦରକାର। ନିର୍ବାଚନ ପୁର୍ବରୁ ରାଜ୍ୟ ସରକାର ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ,ବଜେଟରେ ୫କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ପୁର୍ଣ୍ଣାଙ୍ଗ ରିପୋର୍ଟ ପଠାଯାଇନଥିବା ବେଳେ, ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ମଧ୍ୟ ରାଜ୍ୟ ସରକାର ଆଣିପାରିନାହାଁନ୍ତି ।ରାଜ୍ୟ ସରକାରଙ୍କ ଏଦିଗରେ ଖାମଖିଆଲ ମନୋଭାବକୁ ଦାୟୀକରିଛନ୍ତି ଜନ ପ୍ରତିନିଧି । ଅଗଷ୍ଟ ୩୦ସୁଦ୍ଧା ରାଜ୍ୟ ସରକାର ଯଦି ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଦଳମତ ନିର୍ବିଶେଷରେ ସମସ୍ତେ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ବିଧାୟକମାନେ କହିଛନ୍ତି ।

{"id":124830}

ପୁର୍ବରୁ ରାଜ୍ୟ ସରକାର, ପଶ୍ଚିମଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ସ୍ଥାନ ନିରୁପଣ ମୁଖ୍ୟ ଅସୁବିଧା ବୋଲି କହି ଆସୁଥିଲେ। ଏବେ ପଶ୍ଚିମଓଡିଶାର ୯ଟି ଜିଲ୍ଲାର ୨୭ଟି ଓକିଲସଂଘ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ  ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପାସ୍‌ କରିବାପରେ, ସରକାର ଆଉ ବାହାନା କରିପାରିବେ ନାହିଁ। ଅପେକ୍ଷା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏ ଦିଗରେ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛନ୍ତି ନା, ପୁଣି ଓକିଲଙ୍କ ବନ୍ଦ ଯୋଗୁ, ଦେଢକୋଟି ଲୋକ ହଇରାଣ ହେଉଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.