ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି : ଧାରଣାରେ ବସିଲେ ଆନ୍ଦୋଳନକାରୀ, କୋର୍ଟ ଭିତରକୁ ଛାଡିଲେନି ବିଚାରପତିଙ୍କୁ

Published By : Prameya-News7 Bureau | December 23, 2019 IST

ସମ୍ବଲପୁର ୨୩।୧: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଆନ୍ଦୋଳନ । ଜିଲ୍ଲା ଓକିଲ ସଂଘ ଓ ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜିଠାରୁ ତିନିଦିନିଆ ବନ୍ଦ ପାଳନ କରାଯାଉଛି । ପ୍ରଥମଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ବିଚାର ବିଭାଗୀୟ ଅଦାଲତ ଅଚଳ କରିଦିଆଯାଇଛି ।

{"id":201606,"sizeSlug":"large"}

ପୁଣି ଥରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ, ଆଜି ଠାରୁ ତିନିଦିନ ଧରି ଏହି ବନ୍ଦ ପାଳନ ହେବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସମେତ କୋର୍ଟକଚେରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଚଳ କରିଦେଇଛନ୍ତି ଆନ୍ଦୋଳନକାରୀମାନେ । ସମ୍ବଲପୁର ଜିଲ୍ଲା ଓକିଲସଂଘ ଓ ୨ଶହରୁ ଅଧିକ ସଂଗଠନ ସାମିଲ୍ ହୋଇଛନ୍ତି ଆନ୍ଦୋଳନରେ । ଓକିଲମାନେ କଚେରୀଛକରେ ଧାରଣାରେ ବସିରହିବା ସହ କୌଣସି ବିଚାରପତିଙ୍କୁ କୋର୍ଟ ପରିସରକୁ ଛାଡି ନଥିଲେ ନାହାଁନ୍ତି ।

{"id":201607,"sizeSlug":"large"}

ବର୍ତ୍ତମାନ ପର୍ଯ୍ୟନ୍ତ ଅହିଂସା ଉପାୟରେ ଆନ୍ଦୋଳନ ଜାରି ରହିଛି । ତେବେ ଆସନ୍ତାଦିନରେ ଆନ୍ଦୋଳନର ରୂପରେଖ କଣ ହେବ ତାହା କଳ୍ପନା ବାହାରେ ବୋଲି ସିଏସି ସଂପାଦକ କହିଛନ୍ତି ।

{"id":201608,"sizeSlug":"large"}

ସରକାର ପୁର୍ବରୁ ପଶ୍ଚିମଓଡିଶାର ସମ୍ବଲପୁର ଓ ଦକ୍ଷିଣଓଡିଶାର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଘୋଷଣା କରିସାରି ଏ ନେଇ ବଜେଟ୍ରେ ମଧ୍ୟ ବ୍ୟୟବରାଦ କରିସାରିଛନ୍ତି । ବର୍ତ୍ତମାନ କେବଳ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ଉପରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବାକୁ ଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଅନୁମୋଦନ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.