Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ରଥ ଟାଣିବ କିଏ ? ଜାଣନ୍ତୁ କ’ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

14/06/2020 at 1:47 PM

କଟକ ୧୪।୦୬: ରଥଯାତ୍ରାରୁ ଜନସାଧାରଣଙ୍କୁ ଦୂରେଇ ରଖାଯିବା ଆବଶ୍ୟକ। ରଥକୁ ସାଧାରଣ ଜନତା ଟାଣିବା ପରିବର୍ତ୍ତେ ଲୋକମାନଙ୍କ ସ୍ଥାନରେ ହାତୀ କିମ୍ବା ମେସିନ୍‌ କିମ୍ବା କିଛି ମେକାନିଜିମ୍‌ର ବ୍ୟବହାର ହେବା ଉଚିତ୍‌ । ତାହେଲେ ରଥଯାତ୍ରାରେ ଜନସମାଗମକୁ ଏଡ଼ାଇ ଦିଆଯାଇ ପାରିବ। ରଥଯାତ୍ରାରେ ମେକାନିଜିମ୍‌ର ବ୍ୟବହାର ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏଭଳି ମତ ଦେଇଛନ୍ତି।

ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି ଯେ, ରଥ ଟାଣିବା ପାଇଁ ସାଧାରଣ ଜନତାଙ୍କ ପରିବର୍ତ୍ତେ ଶକ୍ତ ମେକାନିଜିମ୍‌ ବା ଅନ୍ୟ କୌଣସି ସାଧନ, ଯେମିତିକି ହାତୀ ବ୍ୟବହାର ହେଲେ ଅଧିକ ସଂଖ୍ୟକ ଲୋକଙ୍କ ସମ୍ପୃକ୍ତିକୁ ଏଡ଼ାଇ ଦେଇ ହେବ । ତେଣୁ ରାଜ୍ୟ ସରକାର ରଥଯାତ୍ରା ପାଇଁ କୌଣସି ନିଷ୍ପତ୍ତି ନେବା ବେଳେ ଏହି ଦିଗ ପ୍ରତି ଗୁରୁତ୍ୱର ସହ ବିଚାର କରିବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

ଆଇନଜୀବୀ ଦିଲ୍ଲୀପ ରାୟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ରଥଯାତ୍ରା ହେବା ସପକ୍ଷରେ ଏବଂ ବିପକ୍ଷରେ ଏକାଧିକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା । ଏଥିରେ ଆଇନଜୀବୀ ଦିଲ୍ଲୀପ ରାୟ ଏକ ମାମଲା ରୁଜୁ କରିଥିଲେ ।

ଶ୍ରୀ ରାୟ ତାଙ୍କ ପିଟିସନ୍‌ରେ ପ୍ରାର୍ଥନା କରିଥିଲେ, ରଥ ଯଦି ଲୋକଙ୍କ ଦ୍ୱାରା (ମାନୁଆଲି) ଟଣାଯାଏ ତାହେଲେ ଏଥିପାଇଁ ଅତିକମ୍‌ରେ ୭ ଶହରୁ ୮ଶହ ଲୋକଙ୍କର ଆବଶ୍ୟକତା ରହିଛି । ଏହା ପରିବର୍ତ୍ତେ ଶକ୍ତିଶାଳୀ ମେସିନ୍‌ ବା ମେକାନିଜିମ୍‌ ସାହଯ୍ୟରେ ରଥ ଟାଣିବା ଉଚିତ୍‌ । ମାନ୍ୟବର ହାଇକୋର୍ଟ ମୂଳ ମାମଲା ଓ ସମସ୍ତ ପକ୍ଷଙ୍କ ପିଟିସନ୍‌ର ଶୁଣାଣି ପରେ ରଥଯାତ୍ରା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇ ରାଜ୍ୟ ସରକାର ରାଜ୍ୟ ପାଇଁ ଯାହା ମଙ୍ଗଳ ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ତାରିଖ ରଥଯାତ୍ରା ବାବଦରେ ନିଷ୍ପତ୍ତି ନେବାକୁ କହିଛନ୍ତି ।

   Related Posts