Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ

28/09/2021 at 9:58 PM

ନୂଆଦିଲ୍ଲୀ ୨୮।୦୯: ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ମଙ୍ଗଳବାର  ନିଜ ପଦରୁ ଇସ୍ତଫା ଦେଇ ରାଜନୀତିରେ ଚହଳ ପକାଇଛନ୍ତି। ହେଲେ ଦଳର ହାଇକମାଣ୍ଡ ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କରି ନାହାନ୍ତି। ମାମଲା ନିଜ ସ୍ତରରେ ସମାଧାନ କରିବାକୁ ହାଇକମାଣ୍ଡ ରାଜ୍ୟ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁ ଗୋଷ୍ଠୀଙ୍କ  ଲମ୍ବା ତିକ୍ତତା ପରେ ଏବେ ଚରଣଜିତ ସିଂହ ଚନ୍ନୀଙ୍କ ସହିତ ମଧ୍ୟ ସମସ୍ୟା କମ ହେବାର ନାହିଁ।

ପାର୍ଟି ସଭାପତି ସେନିଆ ଗାନ୍ଧୀଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ସିଦ୍ଧୁ କହିଛନ୍ତି, ସାଲିସ୍ କଲେ ବ୍ୟକ୍ତିର ଚରିତ୍ର ଶେଷ ହୋଇଯାଏ। ମୁଁ ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର ଜନତାଙ୍କ କଲ୍ୟାଣର ଏଜେଣ୍ଡା ସହ କେବେ ସାଲିସ୍ କରି ପାରିବି ନାହିଁ। ଏଥିପାଇଁ ମୁଁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି। କଂଗ୍ରେସର ସେବା କରିବା ଜାରି ରହିବ ବୋଲି ସିଦ୍ଧୁ ଚିଠିରେ ଉଲ୍ଲେଖ କରିଛନ୍ତି।

ସିଦ୍ଧୁଙ୍କ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ଗୌତମ ସେଠ୍ ପଞ୍ଜାବ କଂଗ୍ରେସର ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ପଞ୍ଜାବ କ୍ୟାବିନେଟ୍‌ର ମନ୍ତ୍ରୀ ରଜିଆ ସୁଲତାନ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରଜିଆ କହିଛନ୍ତି, ନବଜୋତ ସିଂହ ସିଦ୍ଧୁ ସିଦ୍ଧାନ୍ତର ମଣିଷ। ସେ ପଞ୍ଜାବ ଓ ପଞ୍ଜାବୀଙ୍କ ପାଇଁ ଲଢେଇ କରୁଛନ୍ତି। ରଜିଆଙ୍କ ସ୍ଵାମୀ ତଥା ପୂର୍ବତନ ଆଇପିଏସ ମହମ୍ମଦ ମୁସ୍ତଫା ସିଦ୍ଧୁଙ୍କ ପରାମର୍ଶଦାତା ଅଟନ୍ତି।

   Related Posts