Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଚନ୍ନି ଓ ସିଦ୍ଧୁଙ୍କୁ ଅଚାନକ ଦିଲ୍ଲୀ ଡାକରା, ରାଜ୍ୟ ନେତୃତ୍ୱ ନେଇ ହୋଇପାରେ ବଡ଼ ନିଷ୍ପତ୍ତି

1/12/2021 at 10:31 PM

ନୂଆଦିଲ୍ଲୀ ୧।୧୨: ପଞ୍ଜାବ କଂଗ୍ରେସରେ ଜାରି ଟଣାଓଟରାରେ ବୁଧବାର ଅଚାନକ ବଡ଼ ଘଟଣାକ୍ରମ ସାମ୍ନାକୁ ଆସିଛି। କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି ଓ ପ୍ରଦେଶ କଂଗ୍ରେସ ସଭାପତି ନଭଜ୍ୟୋତ ସିଂ ସିଦ୍ଧୁଙ୍କୁ ଦିଲ୍ଲୀ ତଲବ କରିଛନ୍ତି। ଏଥରୁ ନିର୍ବାଚନ ମୁହାଁ ରାଜ୍ୟ କଂଗ୍ରେସରେ ନେତୃତ୍ୱ ନେଇ କୌଣସି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। କୁହାଯାଉଛି ଦିଲ୍ଲୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସଭାପତିଙ୍କ ଉପସ୍ଥିତିରେ ସୁନୀଲ ଝାକଡଙ୍କ ସହ ବୈଠକ ହେବ।

ସୁନୀଲ ଝାକଡ ଦୀର୍ଘ ସମୟରୁ ପାର୍ଟି ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ମଝିରେ ମଝିରେ ଟ୍ୱିଟ୍‌ କରି ସେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କିଛି ଦିନ ପୂର୍ବେ ପଞ୍ଜାବ କଂଗ୍ରେସ ସଭାପତି ସିଦ୍ଧୁ ଗଣମାଧ୍ୟମ ସହ ଆଲୋଚନା କାଳରେ ଝାକଡଙ୍କୁ ଝାଡିଥିଲେ। ସୁନୀଲ ଝାକଡ ମଧ୍ୟ ଛାଡିବାର ଲୋକ ନୁହନ୍ତି, ସେ ଟ୍ୱିଟ୍‌ କରି ସିଦ୍ଧୁଙ୍କୁ ଜବାବ ଦେଇଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କ ସହ ମଧ୍ୟ ସିଦ୍ଧୁଙ୍କର ପଟୁ ନାହିଁ। ଏଣୁ ସିଦ୍ଧୁ ବାରମ୍ବାର ଚନ୍ନି ସରକାରଙ୍କୁ ଟାର୍ଗେଟ କରୁଛନ୍ତି।

ଏଥିରେ ସିଦ୍ଧୁଙ୍କ ରୋବାବ ରାଜ୍ୟ କଂଗ୍ରେସ ଉପରେ ଭାରି ପଡୁଥିବା ପରି ଅନୁମାନ ହେଉଛି। ଏଥିରେ ଚନ୍ନି ସରକାର ସିଦ୍ଧୁଙ୍କ ସବୁ ଦାବି ପୂରଣ କରିବାକୁ ନିଜର ସିଦ୍ଧାନ୍ତ କରିନେଇଥିବା ପରି ଲାଗୁଛି। ଏଥିରେ ସିଦ୍ଧୁଙ୍କ ଦାବି ପୂରଣ ହେବା ପରେ ବି ସେ ସରକାରଙ୍କୁ ପ୍ରସଙ୍ଗରେ ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ଘେରୁଛନ୍ତି। ଏଥିରେ କଲେ ଦୋଷ ନ କଲେ ବି ଦୋଷ ଏପରି ଅବସ୍ଥାରେ ଚନ୍ନି ସରକାର ପଡିଥିବାବେଳେ ଦିଲ୍ଲୀ ଡକରା ଏଥିରୁ ଚନ୍ନି ସରକାରଙ୍କୁ ଆଶ୍ୱସ୍ତ କରିପାରେ ବୋଲି ଏବେ ଆକଳନ କରାଯାଉଛି।

   Related Posts