ଶୁକ୍ରବାର ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ, ଉପକୂଳବର୍ତ୍ତୀ ୮ ଜିଲ୍ଲା ପାଇଁ ହାଇଆଲର୍ଟ ଜାରି

Published By : Prameya-News7 Bureau | September 16, 2021 IST

ଭୁବନେଶ୍ବର ୧୬।୯: ଶୁକ୍ରବାର ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ । ଏ ନେଇ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପହଞ୍ଚିବ । ଯାଜପୁର ଓ କେନ୍ଦ୍ରାପଡାରେ ଏହାର ପ୍ରଭାବ ଦେଖାଦେବ । ଆସନ୍ତାକାଲି ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିପାରେ ।  

ଏଥିପାଇଁ ଉପକୂଳବର୍ତ୍ତୀ ୮ ଜିଲ୍ଲା ଗୁଡିକ ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ଭଦ୍ରକ ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି ।

୧୯ ତାରିଖରେ ପୂର୍ଣ୍ଣମୀ ଥିବାରୁ ଜଳ ନିଷ୍କାସନରେ ବିଳମ୍ବ ହେବ । ହାଇଆଲର୍ଟ ଜିଲ୍ଲାଗୁଡିକ ପାଇଁ ଜଣେ ସିନିୟର ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି ।

ଆହୁରି କହିଛନ୍ତି ଯେ, ଦୁର୍ବଳ ନଦୀବନ୍ଧ ମରାମତି କାମ ସରିଯାଇଥିଲା । ୪୯ଟି ଦୁର୍ବଳ ନଦୀବନ୍ଧର ମରାମତି ହୋଇସାରିଛି । ଚଳିତ ଥର ଯାଜପୁର ବ୍ରାହ୍ମଣୀରେ ୩ଟି, ଖୋର୍ଦ୍ଧାରେ ୨ଟି ଘାଇ ହୋଇଛି । ଆଂଶିକ ମରାମତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.