Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜାମ୍ମୁ କାଶ୍ମୀରରେ ପୁଣି ହୋଇପାରେ ଆତ୍ମଘାତୀ ହମଲା : ଆଗୁଆ ସୂଚନା ଜାରୀ କଲା ପାକିସ୍ତାନ

16/06/2019 at 12:28 PM

ଶ୍ରୀନଗର ୧୬/୬ : ଜାମ୍ମୁ କାଶ୍ମୀରରେ ଆଇଇଡି ହମଲା ଧମକ ପରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇ ଦିଆଯାଇଛି । ପୁଲୱାମା ହମଲା ପୂର୍ବରୁ ପାକିସ୍ତାନ ହମଲା ଧମକର ସୂଚନା ଭାରତ ଏବଂ ଆମେରିକାକୁ ଦେଇଥିଲା । ସୂତ୍ର ଅନୁଯାୟୀ, ଆତଙ୍କବାଦୀ ଜାକିର ମୂଷାର ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଚି । ଇନପୁଟ ଆଲର୍ଟ ମିଳିବା ପରେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି । ଜାମ୍ମୁ କାଶ୍ମୀରର ଯବାନ ବିଶେଷକରି ରାଜମାର୍ଗ ଉପରେ କଡା ନଜର ରଖିଛନ୍ତି ।

ପୁଣିଥରେ ଜାମ୍ମୁ କାଶ୍ମୀରରେ ଆଇଇଡି ହମଲା ହୋଇପାରେ ବୋଲି ପାକିସ୍ତାନ ଭାରତ ଏବଂ ଆମେରିକାକୁ ସୂଚନା ଦେଇଛି । ସୂଚନା ପାଇବା ପରେ ସତର୍କ ସୂଚନା ଜାରି କରାଯାଇଛି । ଦକ୍ଷିଣ କାଶ୍ମୀରରେ ଆତଙ୍କୀ ହମଲା ହେବାର ସମ୍ଭାବନା ରହିଛି ବୋଲି ପାକିସ୍ତାନ ସୂଚନା ଦେଇଛି । ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଯେଉଁଭଳି ଆତ୍ମଘାତୀ ହମଲା ହୋଇଥିଲା ଠିକ୍ ସେହି ହମଲା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଆତ୍ମଘାତୀ ହମଲାରୁ ସତର୍କ ରହିବା ପାଇଁ ପାକିସ୍ତାନ ସତର୍କ କରିଛି । ଭାରତ ବିରୋଧରେ ଓ ଆତଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ଚାପରୁ ବଞ୍ଚିବା ପାଇଁ ପାକିସ୍ତାନ ଏହିଭଳି ପଦକ୍ଷେପ ନେଇଛି ବୋଲି କୁହାଯାଉଛି । SCO ସମ୍ମିଳନୀର ଠିକ ପୂର୍ବରି ଏହି ସୂଚନା ଆସିଛି ।  

କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଆସିବା ପରେ SCO ସମ୍ମିଳନୀରେ ସାମିଲ ହୋଇଥିଲେ ମୋଦି । SCO ସମ୍ମିଳନୀରେ ମଧ୍ୟ ମୋଦି ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ । ସବୁ ଦେଶ ଆତଙ୍କବାଦ ବିରୋଧରେ ଲଢ଼ିବା ଉଚିତ ବୋଲି କହିଥିଲେ ମୋଦି । ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସାମିଲ ହୋଇଥିଲେ ।

ପାକିସ୍ତାନକୁ କଟାକ୍ଷ କରି ମୋଦି ଏହିଭଳି ମନ୍ତବ୍ୟ ଦେଇଥିବା ଆଲୋଚନା ହୋଇଥିଲା । ଯେଉଁଥିପାଇଁ ପାକିସ୍ତାନ ଆତଙ୍କବାଦ ହମଲାକୁ ନେଇ ଆଗୁଆ ସୂଚନା ଜାରି କରିଛି ।

   Related Posts