ଜାମ୍ମୁ-କାଶ୍ମୀରରେ ହାଇ ଆଲର୍ଟ

Published By : Prameya-News7 Bureau | June 01, 2018 IST

ଜାମ୍ମୁ-କାଶ୍ମୀରରେ ହାଇ ଆଲର୍ଟ । ଆତଙ୍କବାଦୀଙ୍କ ଅନୁପ୍ରବେଶ ସୂଚନା ପରେ ସୁରକ୍ଷା ବାହିନୀ ପକ୍ଷରୁ ସୀମାରେ ଏପରି ସତର୍କତା ଜାରି କରାଯାଇଛି । ପାକ୍ ଅଧିକୃତ କାଶ୍ମୀରରୁ ୨୦ ପାଖା ପାଖି ଆତଙ୍କବାଦୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ସୂଚନା ପାଇବା ପରେ ସେନା ଛାନଭିନ୍ ଆରମ୍ଭ କରିଦେଇଛି । ନିୟନ୍ତ୍ରଣ ରେଖା ଦେଇ କାଶ୍ମୀର ଉପତ୍ୟକାକୁ ପଶି ଆସିଛନ୍ତି ଏହି ଆତଙ୍କୀ । ଅନୁପ୍ରବେଶକାରୀ ଆତଙ୍କୀଙ୍କ ମଧ୍ୟରୁ ଅଧିକାଂଶ ମୌଲାନା ମାସୁଦ ଆଝାର ନିୟନ୍ତ୍ରୀତ ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ସଂଗଠନର ବୋଲି ସନ୍ଦେହ କରାଯାଉଛି। ଏହି ଆତଙ୍କବାଦୀ ମାନେ ଉପତ୍ୟକାର ଏକାଧିକ ଅଞ୍ଚଳରେ ଆକ୍ରମଣ କରିବା ଆଶଙ୍କା ଥିବାରୁ ସୋନାକୁ ପୁରା ଜାଗତିୟାର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏତେ ସଂଖ୍ୟକ ଆତଙ୍କବାଦୀ ଏକକାଳୀନ ଅନୁପ୍ରବେଶ କରିବା ଏକ ବିରଳ ଘଟଣା ହୋଇଥିବାରୁ ଜାମ୍ମୁକାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ସାମରିକ କ୍ୟାମ୍ପ, ବ୍ୟସ୍ତ ଓ ଜନବହୁଳ ଅଞ୍ଚଳ ଏବଂ ଗୁରୁତ୍ବପୂର୍ଣ୍ମ ସରକାରୀ ପ୍ରତିଷ୍ଠାନକୁ ଆତଙ୍କବାଦୀଙ୍କ ଆକ୍ରମଣ କରିବା ଆଶଙ୍କା ଥିବାରୁ ସେଭଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.