Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଦିଲ୍ଲୀରେ ହାଇଆଲର୍ଟ, ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା କଡ଼ାକଡ଼ି

24/01/2021 at 10:10 AM

ନୂଆଦିଲ୍ଲୀ ୨୪।୦୧: ଦେଶର ରାଜଧାନୀରେ ହାଇ ଆଲର୍ଟ । ଜାନୁଆରୀ ୨୬ରେ ଆତଙ୍କୀ ସଂଗଠନ ମାନେ ଦିଲ୍ଲୀ , ଅଯୋଧ୍ୟା ଓ ବୌଦ୍ଧଗୟାରେ ଆତଙ୍କୀ ଆକ୍ରମଣରେ ନେଇ ଯୋଜନା କରୁଛନ୍ତି । ଯାହାର ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଏକ ଗ୍ରୁପ ଦେଶରେ ଏହି ସବୁ ସ୍ଥାନରେ ଆକ୍ରମଣ କରିବାର ଗୁଇନ୍ଦା ସୂଚନା ମିଳିଛି ।

ଆଉ ଦିନ କେଇଟା ପରେ ଜାନୁଆରୀ ୨୬ । ତେଣୁ ତାପୂର୍ବରୁ ଦେଶରେ ବଡ଼ଧରଣର ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରାଯାଉଛି । ରୋହିଙ୍ଗ୍ୟା ସଂଗଠନର ଏକ ଗ୍ରୁପ ଦେଶରେ ଲୁଚି  ରହିଥିବା କିଛି ଆତଙ୍କୀ ସଂଗଠନ ସହ ହାତ ମିଶାଇଛନ୍ତି ଦେଶରେ ଚାଲିଥିବା କୃଷକଙ୍କ ଆନ୍ଦୋଳନର ଫାଇଦା ନେଇ ବଡଧରଣର ଆକ୍ରମଣ କରାଯାଇପାରେ ।

ସୁରକ୍ଷା ଏଜେନ୍ସିକୁ ଯାହାର ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସମେତ ସମସ୍ତ ରାଜ୍ୟ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏସଂପର୍କରେ ସୂଚନା .ଦେଇଛି ।

ସେପଟେ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବିକ, ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିଛି  । ଆତଙ୍କୀ ସଂଗଠନ ଦିଲ୍ଲୀ, ଅଯୋଧ୍ୟା, ବୌଦ୍ଧଗୟା ସମେତ ଅନେକ ସ୍ଥାନରେ ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି । ଏଥିପାଇଁ ଆତଙ୍କୀମାନଙ୍କ ଏକ ଗ୍ରୁପ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇଛନ୍ତି ।

ଏହାସହିତ ଖାଲିସ୍ତାନ, ଉତ୍ତର-ପୂର୍ବ ରାଜ୍ୟର ଅନେକ ଉଗ୍ରବାଦୀ ସଂଗଠନ ଏବଂ ଜାମ୍ମ-କାଶ୍ମୀରରେ ଲୁଚି ରହିଥିବା କିଛି ଆତଙ୍କୀ ସଂଗଠନ ମିଶି ଏକ ହୋଇଛନ୍ତି । ଏହିପରି ଭାବେ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡି କରାଯାଇଛି । କିଛି ଦିନ ତଳେ ଆତଙ୍କୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିଥିଲା ।

   Related Posts