ଆରମ୍ଭ ହେଲା ଯୁଦ୍ଧ: ସୀମାରେ ଉଭୟ ପଟୁ ପ୍ରବଳ ଗୁଳିମାଡ, ଦେଶରେ ହାଇ ଆଲର୍ଟ

Published By : Prameya-News7 Bureau | February 27, 2019 IST

ନୂଆଦିଲ୍ଲୀ୨୭|୨: ପାକିସ୍ତାନ ସହିତ ଯୁଦ୍ଧ ପରିସ୍ଥିତି   ଏପରି ସ୍ଥିତିରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । କିଛି ସମୟ ପାଇଁ ଦେଶର ସୀମାବର୍ତ୍ତୀ ରାଜ୍ୟର ବିମାନ ଚଳାଚଳ ବନ୍ଦ କରାଯାଇଥିଲା। ପରେ ଯଦିଓ ବିମାନ ଚଳାଚଳ ଆରମ୍ଭ ହୋଇଛି ତେବେ ରେଳ ଓ ବିମାନ ଚଳାଚଳ ଉପରେ ତୀକ୍ଷ୍ନ ନଜର ରଖାଯାଇଛି। …

{"id":89178}

ସୀମାରେ ଯୁଦ୍ଧ ପରିସ୍ଥିତି । ଦେଶରେ ଜାରି ହୋଇଛି ହାଇଆଲର୍ଟ । ଭାରତୀୟ ସେନା କାଉଣ୍ଟର ଆଟାକ୍ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଉତ୍ତର ଭାରତର କେତେକ ବେସାମରିକ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇ ଯୁଦ୍ଧ ଭଳି ସ୍ଥିତି ପାଇଁ ପ୍ରସ୍ତୁତ ରଖାଯାଇଛି । ଏହି ୫ଟି ବିମାନ ବନ୍ଦର ହେଲା ପଞ୍ଜାବର ଅମୃତସର, ହିମାଚଳ ପ୍ରଦେଶର ସିମଲା, ଧର୍ମଶାଳା ଓ କୁଲ୍ଲୁ, ଉତ୍ତରାଖଣ୍ଡର ଡେରାଡୁନ୍‌, ଜାମ୍ମୁ କାଶ୍ମୀରର ଶ୍ରୀନଗର, ଜାମ୍ମୁ ଓ ଲେହ ।…

{"id":89179}

ଏ ହେଉଛି ଚଣ୍ଡିଗଡ଼ ଜାତୀୟ ରାଜପଥ। ଏହାକୁ ତୁରନ୍ତ ସେନା କବଜାକୁ ନେଇଥିଲା। ଏଥିସହିତ ଚଣ୍ଡିଗଡ଼ ବିମାନବନ୍ଦରରେ ମଧ୍ୟ ସମସ୍ତ କାରବାରକୁ ରଦ୍ଦ କରାଯାଇ ଜରୁରୀ ଭାବେ ସେନା ପାଇଁ ଖୋଲାଯାଇଥିଲା। ପରେ ପରେ ଅବଶ୍ୟ ବିମାନବନ୍ଦର ଗୁଡ଼ିକରେ ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା।

{"id":89180}

ଗୋଟିଏ ପଟେ ଦୁଇ ଦେଶର ବାୟୁସେନା ଭିତରେ ମୁହାଁମୁହିଁ ସ୍ଥିତି ରହିଥିବା ବେଳେ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳି ବର୍ଷଣ ହେଉଛି । ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ ଜୋରଦାର ଗୁଳିବର୍ଷଣ କରୁଛି । ଏପରି ସ୍ଥିତିରେ ସୀମାରେ ଥିବା ଗାଁ ଗୁଡ଼ିକରେ ଲୋକଙ୍କର ଜୀବନ ଜୀବିକା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଲୋକେ ଭୟରେ ଘରୁ ବାହାରୁନଥିବା ବେଳେ ଯେ କୌଣସି ସମୟରେ କିଛି ଅଘଟଣ ଘଟିବାର ଆଶଙ୍କା ରହିଛି ।…

{"id":89181}

ସୀମାରେ ଉତ୍ତେଜନା ବଢୁଥିବା ବେଳେ ଦେଶ ଭିତରେ ପ୍ରମୁଖ ସହର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.